ଏଥର ରଜ ବଜାରରେ ଦେଖିବାକୁ ମିଳିବେନି ଏହି ନାୟକ !

Advertisment
ଏଥର ରଜ ବଜାରରେ ଦେଖିବାକୁ ମିଳିବେନି ଏହି ନାୟକ !

ଭୁବନେଶ୍ୱର: ଏଥର ରଜରେ ରିଲିଜ୍‌ ହେବାକୁ ଯାଉଥିବା କେତେକ ଓଡ଼ିଆ ସିନେମାରେ ନାହାନ୍ତି ଜଣେ ଓଲିଉଡର ଲୋକପ୍ରିୟ ନାୟକ । ଜାଣିବାକୁ ଚାହାଁନ୍ତି କେ କିଏ । ଏଥର ରଜ ବଜାର ପାଇଁ ତିନି ତିନିଟି ଓଡ଼ିଆ ସିନେମାର ନିର୍ମାଣ ଚାଲିଛି।ଏହି ସିନେମା ଗୁଡ଼ିକ ହେଲା ତରଙ୍ଗ ସିନେ ପ୍ରଡ଼କସନ୍‌ର ‘ପ୍ରେମ କୁମାର’,‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ଓ ଅକ୍ଷୟ ପରିଜା ପ୍ରଡ଼କସନ୍‌ର ‘ଫୋର୍‌ ଇଡ଼ିଅଟ୍‌ସ’।
ଏଥିମଧ୍ୟରୁ ପ୍ରଥମଟିରେ ନାୟକ ଭୂମିକାରେ ଅଛନ୍ତି ଅନୁଭବ ମହାନ୍ତି ଏବଂ ଦ୍ୱିତୀୟଟିରେ ବାବୁସାନ୍‌।ଅପରପକ୍ଷରେ ‘ଫୋର୍‌ ଇଡ଼ିଅଟ୍‌ସ’ରେ ଦର୍ଶକ ଭେଟିବେ ଦୁଇଜଣ ନାୟକଙ୍କୁ।ସେମାନେ ହେଲେ ସୋବର ବୟ ସବ୍ୟସାଚୀ ଓ ଆକ୍‌ସନ୍‌ ହିରୋ ଆକାଶ।ଅର୍ଥାତ୍‌ ଯଦି ଆଗାମୀ ରଜ ଅବସରରେ ଏହି ତିନୋଟି ସିନେମା ରିଲିଜ୍‌ ହୁଏ,ତେବେ ସେଥିରେ ଦର୍ଶକ କେବଳ ଏହି ଚାରି ହିରୋଙ୍କୁ ପରଦାରେ ଦେଖିବାକୁ ପାଇବେ।

publive-image
ତା’ର ଅର୍ଥ ହେଲା ଯେ,ଏଥର ରଜରେ ଓଲିଉଡ଼୍‍ର ଆଉ ଜଣେ ଆଗ ଧାଡ଼ିର ନାୟକଙ୍କୁ ସିନେପ୍ରେମୀ ପରଦାରେ ଦେଖିବାକୁ ପାଇବେ ନାହିଁ। ସେ ହେଲେ ବୁଦ୍ଧାଦିତ୍ୟ। ତାଙ୍କ ହାତରେ ଏବେ କୌଣସି ଫିଲ୍ମ ନ ଥିବା ଯୋଗୁଁ ଏଥରର ରଜ ବଜାରରେ ବି ତାଙ୍କର ଦେଖା ମିଳିବ ନାହିଁ। ଗତବର୍ଷ ବି ତାଙ୍କର ରଜ ବଜାରରେ କୌଣସି ସିନେମା ରିଲିଜ୍‌ ହୋଇ ନଥିଲା।ଠିକ୍‌ ସେହିପରି ତା’ର ପୂର୍ବ ବର୍ଷ ଅର୍ଥାତ୍‌ ୨୦୧୬ରେ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ବୁଦ୍ଧାଦିତ୍ୟ ମହାନ୍ତି ୨୦୦୬ରେ ରିଲିଜ୍‌ ହୋଇଥିବା ‘ଆଇ ଲଭ୍‌ ମାଇଁ ଇଣ୍ଡିଆ’ରୁ ଓଲିଉଡରେ ପ୍ରବେଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe