ମୁମ୍ବାଇ: କରୋନା ଭୂତାଣୁ ବର୍ତ୍ତମାନ ସାରା ବିଶ୍ୱରେ ବ୍ୟାପିଛି। ଦିନକୁ ଦିନ କରୋନା ମାମଲା ବଢୁଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଲକଡାଉନ୍ ମଧ୍ୟ ଜାରି ରହିଛି । ନିକଟରେ ଟିଭି ଶୋ ତାରକ ମେହେଟ୍ଟା କା ଓଲଟା ଚଶମାରେ ବାଗା ଭୂମିକାରେ ଅଭିନୟ କରୁଥିବା ଅଭିନେତା ତନମୟ ଭେକରିଆଙ୍କ ବିଲଡିଂରୁ ଏକ ବଡ ଖବର ସାମ୍ନାକୁ ଆସିଛି। ତାଙ୍କର ସମ୍ପୂର୍ଣ୍ଣ କୋଠାକୁ ସିଲ୍ କରାଯାଇଛି। ରିପୋର୍ଟ ଅନୁଯାୟୀ, ତନମୟ ଭେକରିଆଙ୍କ ବିଲଡିଂରୁ ୩ ଜଣ କରୋନା ପଜିଟିଭ୍ ଲୋକ ଚିହ୍ନଟ ହୋଇଛନ୍ତି, ଯାହା ପରେ ୧୪ ଦିନ ପାଇଁ ସମଗ୍ର କୋଠାକୁ ସିଲ୍ କରାଯାଇଛି |
ଏ ସମ୍ପର୍କରେ ସୂଚନା ଦେଇ ତନମୟ କହିଛନ୍ତି, ଏହି ତିନିଜଣଙ୍କର କୌଣସି ଯାତ୍ରା ଇତିହାସ ନାହିଁ | ତନମୟ ଭେକରିଆ ମୁମ୍ବାଇର କାଣ୍ଡିଭାଲୀ ଅଞ୍ଚଳର ରାଜ ଆପାର୍ଟମେଣ୍ଟରେ ରୁହନ୍ତି।
ତନମୟ କହିଛନ୍ତି ଯେ ଏହି କାରଣରୁ ସେ ସମଗ୍ର ପରିବାର ସହିତ ନିଜକୁ ଅଲଗା କରି ରଖିଛନ୍ତି। ତନ୍ମୟ କହିଛନ୍ତି, 'ଏହା ଆମ ସମସ୍ତଙ୍କ ପାଇଁ ଏକ କଷ୍ଟକର ସମୟ | ବିଲଡିଂର ସମସ୍ତ ଲୋକ ଏହି ସମୟରେ ବହୁତ ଡରୁଛନ୍ତି | ଆମ ଭିତରୁ କାହାକୁ ଆମ ଘର ବାହାରକୁ ଯିବାକୁ ଅନୁମତି ନାହିଁ | ଏଠାରେ ସୂଚନା ଥାଉ କି ପ୍ରତିଦିନ ମହାରାଷ୍ଟ୍ରରେ କରୋନା ସଂକ୍ରାମିତଙ୍କ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି | ସାରା ଭାରତରେ ମହର୍ଶତ୍ରରେ ସର୍ବାଧିକ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/free-press-journal.jpg)