ବୁଲନ୍ ଦାଶଙ୍କ ପ୍ରେମ କାହାଣୀ

ମା’ ବିରଜା ପ୍ରଡକ୍ସନ୍‌ର ଦ୍ବିତୀୟ ସିନେମା ନିର୍ମାଣ ହେବାକୁଯାଉଛି। ଏଇ ନୂଆ ସିନେମାର ଶୀର୍ଷକ ରହିଛି ‘ବୁଲନ୍ ଦାଶଙ୍କ ପ୍ରେମ କାହାଣୀ’। ଏହା ଏକ ସଂଘର୍ଷପୂର୍ଣ୍ଣ ପାରିବାରିକ କାହାଣୀ। ନିଜେ ନ ଖାଇ ଅନ୍ୟକୁ ଖାଇବାକୁ ଦେଇ ବୁଲନ୍ ସବୁବେଳେ ଆତ୍ମସନ୍ତୋଷ ପାଆନ୍ତି। ଅନ୍ୟମାନେ ଖୁସିରେ ରହନ୍ତୁ, ସେମାନଙ୍କର ଆର୍ଥିକ ସମୃଦ୍ଧି ହେଉ, ଏଥିପାଇଁ ସେ ଅନେକ ତ୍ୟାଗ ମଧ୍ୟ କରନ୍ତି। ନିଜ ପାଖରେ ଅର୍ଥ ନ ଥାଇ ମଧ୍ୟ ସେ ଦୁଃଖୀ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବଦାନ୍ୟ ବ୍ୟକ୍ତିମାନଙ୍କଠାରୁ ଅର୍ଥ ଯୋଗାଡ଼ କରନ୍ତି। ଅନ୍ୟର ଉପକାର କରି ସେ ସମାଜରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରନ୍ତି। ନିଜ ଭିତରେ ଥିବା ଏକାଗ୍ରତାକୁ ଆଧାର କରି ସେ ମଧ୍ୟ ଜୀବନରେ ଅନେକ ସଫଳତା ଲାଭକରନ୍ତି।

ଏଇ ଚଳଚ୍ଚିତ୍ରର କାହାଣୀ, ସଂଳାପ, ଚିତ୍ରନାଟ୍ୟ ଲେଖିବା ସହିତ ନିଜେ ମଧ୍ୟ ପ୍ରଯୋଜନା କରିବା ଓ ନିର୍ଦ୍ଦେଶନା ଦେବାକୁ ପ୍ରୟାସ କରୁଛନ୍ତି ପରମେଶ୍ବର ଦାଶ ଓରଫ୍ ବୁଲନ୍‌ ଭାଇ। ଖୁବଶୀଘ୍ର ଏଇ ଚଳଚ୍ଚିତ୍ରଟି ସୁଟିଂ ଫ୍ଲୋରକୁ ଆସୁଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର