ଜୁନ ୨୪ରେ ଆସୁଛି ‘ବୁଲବୁଲ’, ବଙ୍ଗାଳୀ ବୋହୂର ବାହାଘର ଦେଖିବେ ଦର୍ଶକ

ମୁମ୍ବାଇ: ଅନୁଷ୍କା ଶର୍ମା ପ୍ରଡକ୍ସନର ଦ୍ୱିତୀୟ ୱେବ୍ ସିରିଜ୍ ବୁଲବୁଲର ଟ୍ରେଲର ରିଲିଜ୍ ହୋଇଛି। ଅଲୌକିକ କଥାବସ୍ତୁ ଉପରେ ଆଧାରିତ ଏହି ସିରିଜ୍ ଅପରାଧ, ସସପେନ୍ସ, ପ୍ରେମର କାହାଣୀ ଦର୍ଶକ ଦେଖିବାକୁ ପାଇବେ | ଜୁନ ୨୪ ରେ ନେଟଫ୍ଲିକ୍ସରେ ବୁଲବୁଲ ମୁକ୍ତିଲାଭ କରିବ। ବୁଲବୁଲର ଟ୍ରେଲର ରିଲିଜ କରିବା ସମୟରେ ଅନୁଷ୍କା ଶର୍ମା କ୍ୟାପସନରେ ଲେଖିଛନ୍ତି – ଯଦି ପିଲାଦିନେ ଶୋଇବା ସମୟରେ ଶୁଣାଯାଇଥିବା କାହାଣୀଗୁଡ଼ିକ ସତ ହୁଏ ତେବେ କଣ ହେବ?

ବୁଲବୁଲର କାହାଣୀ ବଙ୍ଗଳାର ଉନବିଂଶ ଏବଂ ବିଂଶ ଶତାବ୍ଦୀର ପୃଷ୍ଠଭୂମି ଉପରେ ଆଧାରିତ | ବୁଲବୁଲ ଚରିତ୍ରରେ ତୃପ୍ତି ଡିମ୍ରି ଅଭିନୟ କରିଥିବାବେଳେ ଟ୍ରେଲରର ଦେଖିବାକୁ ମିଳିଛି ଯେ ବୁଲବୁଲଙ୍କ ବାଲ୍ୟ ବିବାହ ମହେନ୍ଦ୍ର (ରାହୁଲ ବୋଷ) ଙ୍କ ସହିତ ହୋଇଥାଏ | କିନ୍ତୁ ବୁଲବୁଲ ଅନୁଭବ କରନ୍ତି ଯେ ସେ ତାଙ୍କ ସମାନ ବୟସର ସତ୍ୟଙ୍କୁ ବିବାହ କରିଛନ୍ତି।


ବୁଲବୁଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବି ସତ୍ୟଙ୍କୁ ମନେ ମନେ ଖୋଜୁଛନ୍ତି | ବୁଲବୁଲରେ ତୃପ୍ତି ଡ଼ିମିରିଙ୍କ ସହ ଅବିନାଶ ତିୱାରୀ,ପାଓଲି ଡେମ ଓ ରାହୁଲ ବୋଷ ପ୍ରମୁଖ ନଜର ଆସିଛନ୍ତି | ବୁଲବୁଲ ଟ୍ରେଲର ଦେଖିବା ପରେ ପ୍ରଶଂସକମାନେ ଉତ୍ସାହର ସହିତ ଏହି ସିରିଜ ରିଲିଜକୁ ଅପେକ୍ଷା କରିଛନ୍ତି |

ସମ୍ବନ୍ଧିତ ଖବର