ଏ ବର୍ଷ ଆସିବେ ବୁଲୁ-ପୁନମ୍‌

ଭୁବନେଶ୍ୱର: ସତରରେ ଆସିଲା ନାହିଁ ,ଅଠରରେ ପରଦାକୁ ଆସିବେ ଏକ ରିଲ୍‌ ଯୋଡି । ଓଲିଉଡର ଏହି ଜଣାଶୁଣା ଯୋଡି ହେଲେ ବୁଲୁ-ପୁନମ୍‌ ।ପୁନମ୍‌ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ସିନେମା ‘ବାଇଶି ପାହାଚେ ଖେଳିବ ମୀନ’ ଜରିଆରେ ସିନେ ଜଗତକୁ ଆସିଥିଲେ । ଏଥିରେ ତାଙ୍କର ନାୟକ ଥିଲେ ନବାଗତ ଲଳିତ । ତାପରେ ତାଙ୍କୁ ଦେଖିବାକୁ ମିଳିଥିଲା ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ସିନେମା ‘ଲଭମାଷ୍ଟର’ରେ । ଏଥିରେ ତାଙ୍କୁ ପ୍ରଥମ ଥରଲାଗି ବାବୁସାନଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା । ବୁଲୁଙ୍କ ପ୍ରଥମ ସିନେମା ହେଲା ‘ମା’ମଙ୍ଗଳା’। ତାପରେ ତାଙ୍କୁ ଆଉ କେତୋଟି ଛବିରେ ବି ଦେଖିବାକୁ ମିଳିଛି। ନାୟକ ବୁଲୁ ପୁନମ୍‌ଙ୍କ ସହ ରୋମାନସ୍‌ କରିଥିଲେ ଫିଲ୍ମ‘ରକଷ୍ଟାର୍‌’ରେ ।

ଏବେ ଆପଣମାନେ ଭାବୁ ଥାଇ ପାରନ୍ତି ଯେ ଏମାନଙ୍କ ମଧ୍ୟରୁ କାହା ସହ ପୁଣି ରୋମାନସ୍‌ କରୁଛନ୍ତି ପୁନମ୍‌ । ହଁ ସେହି ପୁରୁଣା ପାର୍ଟନରଜଣକ ହେଲେ ବୁଲୁ ଯାହାଙ୍କ ସହ ପୁନମ୍‌ ପୁଣି ଥରେ ରୋମାନସ୍‌ କରୁଛନ୍ତି । ପୁନମ୍‌-ବୁଲୁଙ୍କ ଯୋଡ଼ି ପୁଣି ଥରେ ନଜର ଆସିବେ ମନୋରଞ୍ଜନ ପାଲ୍‌ଙ୍କ ନିର୍ଦ୍ଦେଶିତ ସିନେମା ‘ଫେସବୁକ୍‌’ରେ । ପ୍ରଥମ ଥର ଭଳି ଦ୍ୱତୀୟ ଥର ଏହି ଯୋଡି ସଫଳ ହେଉଛନ୍ତି କି ନା ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର