ହିନ୍ଦି ଭାଷାରେ କେମିତି ବ୍ୟବସାୟ କରୁଛି ‘ପୁଷ୍ପା’?

ମୁମ୍ବାଇ: ଡିସେମ୍ବର ୧୭ ତାରିଖ ରିଲିଜ୍ ହୋଇଥିବା ତେଲୁଗୁ ଚଳଚ୍ଚିତ୍ର ‘ପୁଷ୍ପା’ ହିନ୍ଦି ଭାଷାରେ ରିଲିଜ୍ ହୋଇ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି । ‘ପୁଷ୍ପା’ର ହିନ୍ଦି ଭର୍ସନ୍ ରିଲିଜ୍ ହେବାର ୧୩ ଦିନରେ ମୋଟ ୪୪ କୋଟି ୮୫ ଲକ୍ଷ ଟଙ୍କା ଆୟ କରିଛି । ଏହା ସହ ‘ପୁଷ୍ପା’ ହିନ୍ଦିକୁ ଡବିଂ ହୋଇଥିବା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ‘ବାହୁବଳି ୨’, ‘ରୋବୋଟ୍ ୨.୦’, ଓ ‘ବାହୁବଳି’ ପରେ ଚତୁର୍ଥ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ରର ମାନ୍ୟତା ପାଇଛି । ୪୪ କୋଟି ୮୫ ଲକ୍ଷ ସହ ‘ପୁଷ୍ପା’ ପୂର୍ବରୁ ଚତୁର୍ଥ ସ୍ଥାନରେ ଥିବା ‘କେଜିଏଫ୍’ ର ରେକର୍ଡ ଭାଙ୍ଗି ଦେଇଛି ।

ଭାରତର ହିନ୍ଦି ଭାଷୀୟ ଅଞ୍ଚଳଗୁଡିକରେ ସୀମିତ ପ୍ରୋମୋଶନ୍,ରାତ୍ରି କର୍ଫ୍ୟୁ,’ସ୍ପାଇଡର ମ୍ୟାନ୍’ ଓ ‘୮୩’ ର ରିଲିଜ୍,ମୁମ୍ବାଇରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଏବଂ ସୀମିତ ସ୍କ୍ରୀନରେ ରିଲିଜ୍ ସତ୍ତେ ଲୋକମାନେ ଅତ୍ୟନ୍ତ ପସନ୍ଦ କରିବାରୁ ‘ପୁଷ୍ପା’ ପ୍ରବଳ ସଫଳତା ହାସଲ କରିଛି । ଅଲ୍ଲୁ ଅର୍ଜୁନ୍,ରଶ୍ମିକା ମନ୍ଦାନା ଓ ଫହାଦ୍ ଫସିଲ୍ ‘ପୁଷ୍ପା’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ‘ପୁଷ୍ପା’ର ଲେଖକ ଓ ନିର୍ଦେଶକ ହେଉଛନ୍ତି ସୁକୁମାର୍ ।
ଡିସେମ୍ବର ୧୭ ଠାରୁ ଭାରତର ହିନ୍ଦି ଭାଷୀୟ ସିନେମାଘର ଗୁଡିକରେ ‘ପୁଷ୍ପା’ କ୍ରମାଗତ ଭାବେ ୧୩ ଦିନ କରିଥିବା ବ୍ୟବସାୟ ନିମ୍ନରେ ଦିଆ ହୋଇଛି –
ଡିସେମ୍ବର ୧୭ – ୩.୩୩ କୋଟି
ଡିସେମ୍ବର ୧୮ – ୩.୭୯ କୋଟି
ଡିସେମ୍ବର ୧୯ – ୫.୫୬ କୋଟି
ଡିସେମ୍ବର ୨୦ – ୩.୭୦ କୋଟି
ଡିସେମ୍ବର ୨୧- ୩.୬୦ କୋଟି
ଡିସେମ୍ବର ୨୨ – ୩.୫୩ କୋଟି
ଡିସେମ୍ବର ୨୩ – ୩.୩୮ କୋଟି
ଡିସେମ୍ବର ୨୪ – ୨.୩୧ କୋଟି
ଡିସେମ୍ବର ୨୫ – ୩.୭୫ କୋଟି
ଡିସେମ୍ବର ୨୬ – ୪.୨୫ କୋଟି
ଡିସେମ୍ବର ୨୭ – ୨.୭୫ କୋଟି
ଡିସେମ୍ବର ୨୮ – ୨.୫୦ କୋଟି
ଡିସେମ୍ବର ୨୯ – ୨.୪୦ କୋଟି
ସର୍ବମୋଟ – ୪୪.୮୫ କୋଟି

ସମ୍ବନ୍ଧିତ ଖବର