ଦୀପିକା ପାଦୁକୋନ୍‌ କ’ଣ ଗର୍ଭବତୀ!

ମୁମ୍ବାଇ: ନିକଟରେ ବଲିଉଡର ହଟ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ ମେଟ୍‌ ଗାଲା ୨୦୧୯ରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ବେଶ କିଛି ସମୟ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ୱାମୀ ନିକ୍‌ ଜୋନସଙ୍କ ସହ ବିତାଇଥିଲେ। ସେହି ସମୟରେ ଦୀପିକା ପାଦୁକୋନ୍‌ଙ୍କର କେତେକ ଫଟୋ ଉଠାଯାଇଥିଲା। ତାହା ସୋସିଆଲ ମିଡିଆରେ ବି ଭାଇରାଲ ହେବାରେ ଲାଗିଛି। ସେଥିରୁ ମନେ ହେଉଥିଲା କି ଦୀପିକା ଗର୍ଭବତୀ । ଏହାପରେ ଚାରିଆଡେ ପ୍ରଚାରିତ ହୋଇଯାଇଛି। କିନ୍ତୁ ଏକଥାକୁ ଅସ୍ୱୀକାର କରିଛନ୍ତି ନିଜେ ଦୀପିକା ପାଦୁକୋନ୍‌ । ସେ କହିଛନ୍ତି ଯେ ଫଟୋଗୁଡିକ ଭିନ୍ନ ଆଙ୍ଗେଲରୁ ନିଆଯାଇଥିବା ହେତୁ ଏଭଳି ଲାଗୁଛି।

ଏଠାରେ ସୂଚନାଯୋଗ୍ୟ କି ‘ଓମ୍‌ ଶାନ୍ତି ଓମ୍‌’ ଫଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ଦୀପିକା ପାଦୁକୋନ୍‌। ସେ ବିଗତ ବାର ବର୍ଷ ଭିତରେ ବେଶ୍‌ କେତୋଟି ହିଟ୍‌ ସିନେମା ଦେଇ ଚର୍ଚ୍ଚାରେ ରହିଛନ୍ତି। କେତେକ ସିନେମାରେ ବି ପ୍ରଭାବଶାଳୀ ଅଭିନୟ କରି ଚର୍ଚ୍ଚାର ପରିଧିକୁ ଆସିଛନ୍ତି। ସଂପ୍ରତି ସେ ମେଘନା ଗୁଲଜାରଙ୍କ ନୂଆ ସିନେମା ‘ଛପାକ୍‌’ରେ କାମ କରୁଛନ୍ତି। ଦୀପିକା ଅଭିନେତା ରଣବୀର ସିଂହଙ୍କୁ ବିବାହ କରିଛନ୍ତି।

ସମ୍ବନ୍ଧିତ ଖବର