କିଙ୍ଗ୍‌ ଖାନ୍‌ଙ୍କ ପାଇଁ ଫସିଗଲା କି ଛାତ୍ର-ଛାତ୍ରୀଙ୍କ ଭବିଷ୍ୟତ!

କୋଲକାତା : ବିବାଦରେ ଫସିଲେ ଶାହାରୁଖ୍‌ । ଏକ କଲେଜ ପାଇଁ ବିଜ୍ଞାପନ କରିବା ତାଙ୍କୁ ଭାରି ପଡ଼ିଥିବା ବେଳେ ଏବେ କୋଲକାତା ହାଇକୋର୍ଟ ତାଙ୍କୁ ଏ ନେଇ ଜବାବ ମାଗିଛି । ଶହ ଶହ ଛାତ୍ର-ଛାତ୍ରୀ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ଲାନିଂ ଆଣ୍ଡ ମ୍ୟାନେଜ୍‌ମେଣ୍ଟରେ ପାଠ ପଢ଼ି ଠକାମିର ଶିକାର ହେବା ପରେ ଏ ନେଇ ଅଭିଯୋଗ ଆଣିଛନ୍ତି । ଏହି ମାମଲାକୁ ନେଇ ଛାତ୍ର-ଛାତ୍ରୀମାନେ ସିବିଆଇ ଯାଞ୍ଚ ପାଇଁ ଦାବି କରିଥିବା ବେଳେ ଶାହାରୁଖ୍‌ଙ୍କୁ ଜବାବ ମାଗିଛି କୋଲକାତା ହାଇକୋର୍ଟ ।

Image result for calcutta-high-court-directed-shah-rukh-khan-to-file-an-affidavit-for-his-role-with-iipm
PeepingMoon.com

ସୂଚନା ମୁତାବକ, ଶାହାରୁଖ୍‌ ଆଇଆଇପିଏମ୍‌ର କିଛି ବିଜ୍ଞାପନରେ ନଜର ଆସିଥିଲେ । ଏବେ ସେହି ବିଜ୍ଞାପନକୁ ଆଧାର କରି ଛାତ୍ର-ଛାତ୍ରୀମାନେ ହାଇକୋର୍ଟରେ ଏକ ପିଟିସନ ଦାୟର କରିଛନ୍ତି । ଏହା ସହ ଅଦାଲତରେ ଦାବି କରିଛନ୍ତି କି, ଶାହାରୁଖ୍‌ଙ୍କ ଦ୍ୱାରା କରାଯାଇଥିବା ବିଜ୍ଞାପନକୁ ଦେଖି ଆମେ କଲେଜରେ ନାଁ ଲେଖାଇଥିଲୁ । ଏହା ସହ ଶାହାରୁଖ୍‌ ଆଇଆଇପିଏମ୍‌ର ବ୍ରାଣ୍ଡ ଆମ୍ବାସାଡାର ଥିଲେ ବୋଲି ଛାତ୍ର-ଛାତ୍ରୀଙ୍କ ପକ୍ଷରୁ ଓକିଲ ଥିବା ଦିପାଞ୍ଜନ ଦାବି କରିଛନ୍ତି । ଏହା ସହ ଆଇଆଇପିଏମ୍‌ରେ ଶାହାରୁଖ୍‌ଙ୍କ ଭୂମିକାକୁ ନେଇ ସିବିଆଇ ଯାଞ୍ଚ ହେଉ ବୋଲି ମଧ୍ୟ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର