‘କଭି ଅଲବିଦା ନା କେହେନା’ ପରକୀୟା ପ୍ରୀତିକୁ ପ୍ରୋତ୍ସାହନା ଦେଇଛି ବୋଲି କହିଥିବା ଟୁଇଟରିଆନ୍‌ଙ୍କୁ ଉଚିତ ଯବାବ ଦେଲେ କରଣ

ମୁମ୍ବାଇ: ଇତି ମଧ୍ୟରେ ନିର୍ମାତା କରଣ ଜୋହରଙ୍କ ଚଳଚ୍ଚିତ୍ର ‘କଭି ଅଲବିଦା ନା କେହେନା’କୁ ୧୨ ବର୍ଷ ବିତି ଯାଇଛି। କରଣ ଏହି ଚଳଚ୍ଚିତ୍ର ଜରିଆରେ ପରକୀୟା ପ୍ରୀତିକୁ ପ୍ରୋତ୍ସାହନା ଦେଇଛନ୍ତି ବୋଲି କେତେକ ବ୍ୟବହାରକାରୀ ଟୁଇଟର୍‌ରେ ମତ ରଖିଛନ୍ତି। ଏ ବାବଦରେ ଉଚିତ ଯବାବ ଦେଇଛନ୍ତି କରଣ। କରଣ କହିଛନ୍ତି, ‘ଯାହା ମୂଳରୁ ହିଁ ସମାଜରେ ରହିିଛି ତାହାକୁ ପ୍ରୋତ୍ସାହିତ କିପରି କରାଯାଇପାରିବ?’

କରଣଙ୍କର ଏହି ଉତ୍ତରରେ ସହମତି ଜଣାଇଛନ୍ତି ତାଙ୍କର ଜଣେ ସମର୍ଥକ ମହିଳା। ମହିଳା ଜଣଙ୍କ କହିଛନ୍ତି କି, ‘କିଛି ଲୋକେ ପ୍ରୋତ୍ସାହନା ଦେବା ଓ ପ୍ରଦର୍ଶନ କରିବା ଭିତରର ପାର୍ଥକ୍ୟ ଜାଣନ୍ତି ନାହିଁ। ‘କଭି ଅଲବିଦା ନା କେହେନା’ ଚଳଚ୍ଚିତ୍ର ଜରିଆରେ ଆଜିକାଲି ସମାଜରେ ଚାଲୁଥିବା ରୀତିକୁ ପ୍ରଦର୍ଶିତ କରାଯାଇଛି, ଏହା କଦାପି ପ୍ରୋତ୍ସାହନା ନୁହେଁ।’

ଉଲ୍ଳେଖଯୋଗ୍ୟ, କରଣଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ୨୦୦୬ରେ ରିଲିଜ୍‌ ହୋଇଥିଲା। ଏହା ସେ ସମୟରେ ବ୍ୟବସାୟିକ ଦୃଷ୍ଟିରୁ ସେତେଟା ସଫଳତା ହାସଲ କରିନଥିଲେ ମଧ୍ୟ ଲୋକପ୍ରିୟତା ସାଉଁଟିବାରେ ସମର୍ଥ ହୋଇଥିଲା। ସମାଜରେ ଚାଲୁଥିବା କଥାକୁ ଚଳଚ୍ଚିତ୍ରରେ ଜୀବନ୍ତ ଭାବେ ପ୍ରତିପାଦନ କରିଥିବାରୁ କେହି କେହି ସେ ସମୟରେ କରଣଙ୍କୁ ପ୍ରଶଂସା କରିଥିବା ବେଳେ ଆଉ କେହି ସମାଜକୁ କଳୁଷିତ କରୁଥିବା ଦ୍ୱାହି ଦେଇ ନିନ୍ଦା ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର