ସୁଶାନ୍ତଙ୍କ ପାଇଁ ବ୍ରିଟେନ୍‌ରେ କାର୍‌ ର‍୍ୟାଲି

ସୁଶାନ୍ତଙ୍କ ମୃତ୍ୟୁକୁ ୫ ମାସ ବିତିଯାଇଥିଲେ ବି ତାଙ୍କ ପ୍ରଶଂସକମାନେ ତାଙ୍କୁ ନ୍ୟାୟ ଦେବାକୁ ଅଭିନବ ଉପାୟରେ ଦାବି କରି ଆସୁଛନ୍ତି। ଏହି କ୍ରମରେ ଆଜି ବ୍ରିଟେନ୍‌‌ରେ ଏକ କାର୍‌ ର‍୍ୟାଲି ଆୟୋଜିତ ହୋଇଥିଲା। ସେଠାରେ ଥିବା ସୁଶାନ୍ତଙ୍କ ପ୍ରଶଂସକମାନେ ଏକାଠି ହୋଇ ଏହି ର‍୍ୟାଲିର ଆୟୋଜନ କରିବା ସହ ସୁଶାନ୍ତଙ୍କ ମୃତ୍ୟୁର କାରଣ ଓ ଦୋଷୀଙ୍କୁ ଖୋଜି ବାହାର କରିବାକୁ ଦାବି କରିଥିଲେ। ଏହା ଫଳରେ ସୁଶାନ୍ତଙ୍କୁ ନ୍ୟାୟ ମିଳିପାରିବ ବୋଲି କହିଥିଲେ।

ଏନେଇ ସୁଶାନ୍ତଙ୍କ ଭଉଣୀ ‌ଶ୍ବେତା ସିଂହ କିର୍ତ୍ତୀ ଟ୍ବିଟର୍‌ରେ ଏକ ଭିଡିଓ ବି ସେୟାର କରିଛନ୍ତି। ଶିରୋନାମାରେ ଲେଖିଛନ୍ତି, ବ୍ରିଟେନ୍‌ କାର୍‌ ର‍୍ୟାଲି ସୁଶାନ୍ତଙ୍କ ଯୋଦ୍ଧାମାନଙ୍କ ଏକତାର ସାକ୍ଷୀ। ଆମର ସିବିଆଇ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି। ସେମାନେ ନିହାତି ଭାବେ ସତ ଖୋଜି ବାହାର କରିବେ।

ସମ୍ବନ୍ଧିତ ଖବର