ଧାରା ୩୭୦ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ୩୦ଟି ସ୍କ୍ରିନ ଖୋଲିବାର ଘୋଷଣା କଲା କାର୍ଣ୍ଣିଭାଲ ସିନେମା

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଅଗଷ୍ଟ ୮ତାରିଖରେ ସାରା ଦେଶବାସୀକୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀର ଓ ଲଦାଖବାସୀ କେଉଁ ସବୁ ସୁବିଧାର ଲାଭ ଉଠାଇ ପାରିବେ ସେ ବିଷୟରେ ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଜମ୍ମୁ-କଶ୍ମୀର ଓ ଲଦାଖରେ ସୁଟିଂ ଓ ନିବେଶ କରିବା ପାଇଁ ମଧ୍ୟ କହିଥିଲେ । ମୋଦୀଙ୍କ ଏହି ସମ୍ବୋଧନ ପରେ କାର୍ଣ୍ଣିଭାଲ ସିନେମା ଏବେ ବଡ଼ ଘୋଷଣା କରିଛି । ଜମ୍ମୁ-କଶ୍ମୀରରେ ୩୦ଟି ସ୍କ୍ରିନ୍‌ ଖୋଲିବାର ଘୋଷଣା କରିବା ସହ ଲଦାଖରେ ୫ଟି ସ୍କ୍ରିନ୍‌ ଖୋଲିବାର ଘୋଷଣା କରିଛି କାର୍ଣ୍ଣିଭାଲ ସିନେମା ।

Image result for carnival-multiplex-will-open-many-screens-in-jammu-kashmir-and-ladakh-tmove
The Economic Times

ନିଜ ଭାଷଣରେ ମୋଦୀ କହିଥିଲେ, ହିନ୍ଦି, ତାମିଲ ଓ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ସେମାନଙ୍କ ସହ ଜଡ଼ିତ ଲୋକମାନଙ୍କୁ ଅନୁରୋଧ କି ସେମାନେ ଜମ୍ମୁ-କଶ୍ମୀର ଓ ଲଦାଖରେ ନିବେଶ କରିବା ବିଷୟରେ ଚିନ୍ତା କରିବା ଦରକାର । ଫିଲ୍ମର ସୁଟିଂରୁ ଆରମ୍ଭ କରି ପ୍ରେକ୍ଷାଳୟ ତିଆରି କରିବା ବିଷୟରେ ମଧ୍ୟ ଚିନ୍ତା କରିବା ଦରକାର ବୋଲି କହିଥିଲେ । ଯାହା ପରେ କାର୍ଣ୍ଣିଭାଲ ସିନେମା ଏଭଳି ଘୋଷଣା କରିଛି ।

ସମ୍ବନ୍ଧିତ ଖବର