ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ତାଙ୍କ ଭଉଣୀ ଶମିତା ସେଟ୍ଟୀ ଓ ମା’ ସୁନନ୍ଦା ସେଟ୍ଟୀଙ୍କ ବିରୋଧରେ ଜଣେ ବ୍ୟବସାୟୀ ଏକ ମାମଲା ରୁଜୁ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ଶିଳ୍ପା ସେଟ୍ଟୀଙ୍କ ସ୍ୱର୍ଗତ ପିତା ସୁରେନ୍ଦ୍ର ସେଟ୍ଟୀ ବ୍ୟବସାୟୀ ପରହାଦ ଆମରାଙ୍କଠାରୁ ୨୧ଲକ୍ଷ ଟଙ୍କାର ଋଣ ନେଇଥିଲେ। ଅଭିଯୋଗକାରୀ ପରହାଦ ଆମରା ହେଉଛନ୍ତି ଜଣେ ଅଟୋମୋବାଇଲ ଏଜେନ୍ସିର ମାଲିକ। ସୁରେନ୍ଦ୍ର ନେଇଥିବା ଏହି ଋଣ ୨୦୧୭ ଜାନୁଆରି ଭିତରେ ଋଣ ସୁଝିବା ପାଇଁ ନିଶ୍ଚିତ ହୋଇଥିଲା।

publive-image

ପରିବାର ଉପରେ ପରହାଦ ଆଣିଥିବା ଏହି ଅଭିଯୋଗକୁ କିନ୍ତୁ ଶିଳ୍ପା ଖଣ୍ଡନ କରିଛନ୍ତି। ଏବଂ କହିଛନ୍ତି ବାପାଙ୍କ ଋଣ ବିଷୟରେ ସେ କିଛି ଜାଣି ନାହାନ୍ତି। କିନ୍ତୁ ଶୁଣାଣି ପାଇଁ ତାଙ୍କ ପରିବାର ଜାନୁଆରି ୨୯ରେ କୋର୍ଟରେ ନିଶ୍ଚିତ ଭାବେ ହାଜର ହେବ।

ପ୍ରକାଶିତ ଖବର ମୁତାବକ, ୨୦୧୫ରେ ସୁରେନ୍ଦ୍ର ସେଟ୍ଟୀ ବ୍ୟବସାୟୀ ପରହାଦ ଆମରାଙ୍କଠାରୁ ଏକ ବ୍ୟବସାୟ କାମ ପାଇଁ ୨୧ଲକ୍ଷ ଟଙ୍କାର ଋଣ ଆଣିଥିଲେ। ଆମରା ୨୦୧୫ ଅଗଷ୍ଟ ୨୦ରେ ନିଜର ଅଟୋମୋବାଇଲ୍‌ ଏଜେନ୍‌ସି ଆକାଉଣ୍ଟରୁ ୮ଲକ୍ଷ ଟଙ୍କା, ୨୦୧୮ ଡିସେମ୍ବର ୫ରେ ୫ଲକ୍ଷ, ଅକ୍ଟୋବର ୭ରେ ୮ଲକ୍ଷ ଟଙ୍କା ନିଜର ବ୍ୟକ୍ତିଗତ ଆକାଉଣ୍ଟରୁ ସୁରେନ୍ଦ୍ରଙ୍କୁ ଦେଇଥିଲେ। ସମସ୍ତ ପେମେଣ୍ଟ ଚେକ୍‌ ମାଧ୍ୟମରେ ହୋଇଥିଲା।

publive-image

ପରହାଦଙ୍କ କହିବାନୁସାରେ ସୁରେନ୍ଦ୍ର କହିଥିଲେ କି ତାଙ୍କ ଦୁଇଝିଅ ଓ ପତ୍ନୀଙ୍କୁ ଏହି ବ୍ୟବସାୟ ବିଷୟରେ ସମସ୍ତ କଥା ଜଣା ଅଛି। ୨୦୧୬ରେ ନିରେନ୍ଦ୍ର ସେଟ୍ଟୀଙ୍କ ନିଧନ ହୋଇଯାଇଥିଲା। ଏହାପରେ ଶିଳ୍ପା ଓ ତାଙ୍କ ମା’ ସୁରେନ୍ଦ୍ର ପରହାଦଙ୍କୁ ଏହି ଋଣ ବିଷୟରେ କିଛି ଜାଣି ନାହାନ୍ତି ବୋଲି ରୋକଠୋକ ମନା କରି ଦେଇଥିଲେ।