ବଲିଉଡ୍‌ ଗାୟକ ମିକାଙ୍କ ଘରୁ ଚୋରି : ଲକ୍ଷ ଲକ୍ଷ ଟଙ୍କାର ଗହଣା ଓ ମୂଲ୍ୟବାନ ସାମଗ୍ରୀ କୌଣସି ପାଖ ଲୋକ ନେଇଥିବା ସନ୍ଦେହ

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ ଗୀତିକାର ମିକା ସିଂହଙ୍କ ଘରୁ ଚୋରି ହୋଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମିକାଙ୍କ ଘରୁ ୩ ଲକ୍ଷ ଟଙ୍କାର ଜିନିଷ ଚୋରି ହୋଇଥିବା ବେଳେ ସେଥିରେ ୨ଲକ୍ଷଟଙ୍କାର ଗହଣା ଥିବା ଜଣାପଡ଼ିଛି । ଏ ନେଇ ମିକା ମୁମ୍ବାଇର ଓଶିଓ୍ଵାରା ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।

Bollywoodlife.com

ସୂଚନା ମୁତାବକ, ଏହି ଘଟଣାଟି ସୋମବାର ସଂନ୍ଧ୍ୟା ୪ଟା ସମୟରେ ଘଟିଥିଲା । ଏହି ଘଟଣା ଘଟିବା ସମୟରେ ଘରେ କାମ କରୁଥିବା ଲୋକମାନେ ଉପସ୍ଥିତ ଥିବାରୁ ସେମାନଙ୍କୁ ପୁଲିସ ପଚରାଉଚରା କରିବା ଆରମ୍ଭ କରିଛି । ଅନ୍ୟ ପକ୍ଷରେ ଏ ନେଇ ମିକା ନିଜ ପ୍ରୋଜେକ୍ଟ ଏବଂ ଲଇଭ୍‌ ସୋ’ ଅର୍‌ଗାଇଜର ଅଙ୍କିତ୍‌ ବାସନ୍‌ଙ୍କ ଉପରେ ସନ୍ଦେହ କରୁଥିବା ଜଣାପଡ଼ିଛି । ଚୋରି ହେବା ପରଠାରୁ ଅଙ୍କିତ୍‌  ଫେରି ନ ଥିବାରୁ ସେ ହିଁ ଚୋରି କରିଥାଇ ପାରନ୍ତି ବୋଲି ମିକା ସିଂହ ସନ୍ଦେହ କରିଛନ୍ତି । ଅଙ୍କିତ୍‌ ମିକାଙ୍କ ସହ ୧୦ବର୍ଷ ହେବ କାମ କରି ଆସୁଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର