କାଷ୍ଟିଂ କାଉଚ୍‌ ଯୋଗୁଁ ପ୍ରିୟଙ୍କା ଚୋପ୍ରା ଛାଡ଼ିଥିଲେ ୧୦ଟି ବିଗ୍‌ ବ୍ୟାନରର ସିନେମା

ବଲିଉଡ ଅପେକ୍ଷା ସଂପ୍ରତି ହଲିଉଡରେ ଅଧିକ ବ୍ୟସ୍ତ ରହୁଥିବା ନାୟିକା ପ୍ରିୟଙ୍କା ଚୋପ୍ରା ସଂପ୍ରତି ନିଜର ହଲିଉଡ ସିରିଅଲ୍‌ ‘କ୍ୱାଣ୍ଟିକୋ’ ର ସୁଟିଂରେ ସମୟ ବିତାଉଛନ୍ତି । ନିକଟରେ ସେ ଆମେରିକୀୟ ପ୍ରଯୋଜକ ହାର୍ଭେ ବେନ୍‌ଷ୍ଟିନ୍‌ଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ଯୌନ ଉତ୍ପୀଡନ ଭଳି ଜ୍ୱଳନ୍ତ ସମସ୍ୟା ବିରୁଦ୍ଧରେ ଲଢିବାକୁ ଆହ୍ଵାନ ଦେଇ ପ୍ରିୟଙ୍କା ଚୋପ୍ରା କହିଥିଲେ ଯେ ହାର୍ଭେ ବେନ୍‌ଷ୍ଟିନ୍‌ ଭଳି ଲୋକ ପ୍ରତ୍ୟେକ ଜାଗାରେ ଅଛନ୍ତି ।

photo- amarujala

ଏଣେ ପ୍ରିୟଙ୍କା ଚୋପ୍ରାଙ୍କ ମାଆ ମଧୁ ଚୋପ୍ରା ବି ଝିଅ ସଂପର୍କରେ ଏକ ବଡ଼ ଖୁଲାସା କରିଛନ୍ତି । ନିକଟରେ ଏକ ସମ୍ବାଦପତ୍ରକୁ ସାକ୍ଷାତକାର ରେ ସେ କହିଛନ୍ତି ଯେ କାଷ୍ଟିଂ କାଉଚ୍‌ ଭଳି ଦୃଶ୍ୟ ବ୍ୟବସ୍ଥା ସହିତ ସାଲିସ୍‌ ନ କରିବା ଯୋଗୁଁ ପ୍ରିୟଙ୍କା ଅତୀତରେ ୧୦ଟି ବିଗ୍‌ ବ୍ୟାନରର ସିନେମା ଛାଡ଼ିଥିଲେ । ମଧୁ ଚୋପ୍ରା କହିଛନ୍ତି ଯେ ପ୍ରିୟଙ୍କା ମାତ୍ର ୧୭ ବର୍ଷର ହୋଇଥିବା ବେଳେ ବଲିଉଡରେ ପାଦ ଥାପିଥିଲେ । ସେତେବେଳେ ହିଁ ସେ ସ୍ଥିର କରିଥିଲେ ଯେ କେବେ ବି ନିଜର ମୂଲ୍ୟବୋଧ ସହିତ କୌଣସି ପ୍ରକାରର ବୁଝାମଣା କରିବେ ନାହିଁ । ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟର ସମୟ ଅତ୍ୟନ୍ତ କଠିିନ ଥିଲା । ଜଣେ ଡିଜାଇନର ପ୍ରିୟଙ୍କା ଚୋପ୍ରାଙ୍କୁ କହିଥିଲେ ଯଦି ସେ ଫିଲ୍ମରେ ଛୋଟ କପଡ଼ା ପିନ୍ଧି କାମ କରିବାକୁ ରାଜି, ତେବେ ନିର୍ଦ୍ଦେଶକ ତାଙ୍କୁ ସାଇନ୍‌ କରିବାକୁ ପ୍ରସ୍ତୁତ । କାହିଁ କି ନା ମିସ ଓ୍ଵାଲର୍ଡ ହେବା ପରେ ବି ଯଦି ଜଣେ ନିଜର ସୌନ୍ଦର୍ଯ୍ୟର ପ୍ରଦର୍ଶନ କରିବ ନାହିଁ, ତା’ର ଅର୍ଥ କ’ଣ? ଏକଥା ଶୁଣି ପ୍ରିୟଙ୍କା ଚୋପ୍ରା ରୋକଠୋକ୍‌ ଭାବେ ସେହି ସିନେମାରେ କାମ କରିବାକୁ ମନା କରି ଦେଇଥିଲେ ।

ଠିକ୍‌ ସେହି ଆଉ ଜଣେ ବିଗ୍‌ ବ୍ୟାନରର ନିର୍ମାତା କାହାଣୀ ଶୁଣାଇବା ବେଳେ ମାଆକୁ ସାଙ୍ଗରେ ନ ନେବାକୁ ପ୍ରିୟଙ୍କା ଚୋପ୍ରାଙ୍କୁ କହିଥିଲେ । ଏକଥା ଶୁଣି ପ୍ରିୟଙ୍କା କହିଥିଲେ ଯେଉଁ ସିନେମାରେ କାହାଣୀ ସେ ଓ ତାଙ୍କ ମାଆ ଏକାଠି ଶୁଣି ପାରିବେନି, ସେଭଳି ସିନେମାରେ ସେ କାମ କରିବାକୁ ପ୍ରସ୍ତତୁ ନାହାଁନ୍ତି । ଏଭଳି ବିଭିନ୍ନ ଅଘଟଣ ହେତୁ ପ୍ରିୟଙ୍କା ଚୋପ୍ରାଙ୍କୁ ୧୦ ଟି ବଡ ବ୍ୟାନରର ସିନେମା ହାତଛଡ଼ା କରିବାକୂ ପଡ଼ିଥିଲା । ପରେ ସେ ରାଜ କଓ୍ଵରଙ୍କ ‘ଅନ୍ଦାଜ୍‌’ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ ।

ସମ୍ବନ୍ଧିତ ଖବର