ସୁଶାନ୍ତ ସିଂ ରାଜପୁତ ମାମଲାକୁ ମୁମ୍ବାଇ ସ୍ଥାନାନ୍ତର କରିବାର ପ୍ରଶ୍ନ ଉଠୁନାହିଁ: ସିବିଆଇ

ମୁମ୍ବାଇ: ଦିବଂଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ପରିବାର ବନାମ ବିବାଦୀୟା ଅଭିନେତ୍ରୀ ରେହା ଚକ୍ରବର୍ତ୍ତୀଙ୍କ ଆବେଦନର ଶୁଣାଣିରେ ସିବିଆଇ ପକ୍ଷରୁ ଏକ ଲିଖିତ ସତ୍ୟପାଠ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇ କୁହାଯାଇଛି ଯେ ଏହି ମାମଲାକୁ ମୁମ୍ବାଇକୁ ହସ୍ତାନ୍ତର କରିବାର ପ୍ରଶ୍ନ ଉଠୁନାହିଁ।

ସିବିଆଇ  ଲିଖିତ ଭାବେ ଜଣାଇଛି କି ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଅନୁସାରେ ମାମଲା ସ୍ଥାନାନ୍ତର ହୋଇପାରିବ ନାହିଁ। ଆପଣ ଜାଣିଥିବେ ନିଶ୍ଚୟ ଯେ ପୂର୍ବରୁ ସୁଶାନ୍ତ ପୂର୍ବତନ ପ୍ରେମିକା ତଥା ତାଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ବିବାଦୀୟା ଅଭିନେତ୍ରୀ ରିୟା ତାଙ୍କ ବିରୋଧରେ ବିହାରରେ ଚାଲୁଥିବା ମାମଲାକୁ ମୁମ୍ବାଇକୁ ସ୍ଥାନାନ୍ତରିତ କରିବାକୁ ଆବେଦନ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଯଦି ବିହାରରେ ଏହି ମାମଲାର ତଦନ୍ତ କରାଯାଏ ତେବେ ତାଙ୍କୁ ଉପଯୁକ୍ତ ନ୍ୟାୟ ମିଳିବ ନାହିଁ। ରିୟା ମୁମ୍ବାଇରେ ରହୁଥିବା କାରଣରୁ ଯାତାୟତ ଓ ଅନ୍ୟାନ୍ୟ ସମସ୍ୟା ଦର୍ଶାଇ ତାଙ୍କ ମାମଲାକୁ ମୁମ୍ବାକୁ ସ୍ଥାନାନ୍ତରିତ କରିବାକୁ ଆବେଦନ କରିଥିଲେ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସିବିଆଇ ଦାଖଲ କରିଥିବା ଲିଖିତ ସତ୍ୟପାଠରେ ମୁମ୍ବାଇ ପୋଲିସର ୫୬ ଜଣ ସାକ୍ଷୀଙ୍କ ବୟାନକୁ ମଧ୍ୟ ଉଲ୍ଲେଖ କରାଯାଇଛି। 

The Indian Express

ଉଲ୍ଲେଖଯୋଗ୍ୟ, ଜୁନ୍ ୧୪ ତାରିଖ ସକାଳେ ସୁଶାନ୍ତ ସିଂ ରାଜପୁତ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ। ମୃତ ଅଭିନେତାଙ୍କ ପିତା କେ.କେ ସିଂଙ୍କ ଏଫ୍ଆଇଆର୍  ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାର ତଦନ୍ତ କରୁଛି। କେ କେ ସିଂହ ଅଭିଯୋଗ କରିଛନ୍ତି ଯେ ସେ ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହେରଫେର ହୋଇଛି। ରିୟା ହେଉଛନ୍ତି ଏହି ମାମଲାର ମୁଖ୍ୟ ଅଭିଯୁକ୍ତା।

ସମ୍ବନ୍ଧିତ ଖବର