ନୂଆଦିଲ୍ଲୀ: କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ଛାଡପତ୍ର ଏବେ ନିଶ୍ଚିତ ହୋଇସାରିଛି। ଆଇପିଏଲ ଆରମ୍ଭ ପୂର୍ବରୁ ଦମ୍ପତିଙ୍କ ଛାଡପତ୍ର ଉପରେ ଚୂଡ଼ାନ୍ତ ରାୟ ଶୁଣାଇଥିଲେ କୋର୍ଟ। ଭରଣପୋଷଣ ବାବଦକୁ ଟଙ୍କା ଦେବା ପରେ ଏବେ ଦମ୍ପତ୍ତି ଅଲଗା ହୋଇଥିଲେ। ଛାଡ଼ପତ୍ର ପୂର୍ବରୁ ଗତ ବର୍ଷ ଡିସେମ୍ବର ମାସରୁ ୟୁଜଭେନ୍ଦ୍ର ଚହଲଙ୍କ ନାମ ଆରଜେ ମହବଶଙ୍କ ସହ ଯୋଡାଯାଉଛି। ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ, ଚହଲଙ୍କୁ ତାଙ୍କ ତଥାକଥିତ ପ୍ରେମିକା ଆରଜେ ମହବଶଙ୍କ ସହ ଷ୍ଟାଡିୟମରେ ମ୍ୟାଚ୍ ଦେଖୁଥିବାର ଦେଖାଯାଇଥିଲା, ଯାହା ପରେ ସେମାନଙ୍କ ଡେଟିଂର ଗୁଜବ ଆରମ୍ଭ ହୋଇଥିଲା।

Advertisment

ଚହଲଙ୍କ ସହ ତାଙ୍କ ନାମ ଯୋଡା ଯିବା ପରେ ଏବେ ମହବଶଙ୍କ ବ୍ୟକ୍ତିଗତ ଜୀବନର ଏକ ବଡ଼ ସତ ସାମ୍ନାକୁ ଆସିଛି। ଏକ ସାକ୍ଷାତକାରରେ ଏହାର ଖୁଲାସା କରିଛନ୍ତି ମହବଶ। ସେ କହିଛନ୍ତି, ମୁଁ ସାଧାରଣ ସମ୍ପର୍କରେ ବିଶ୍ୱାସ କରେ ନାହିଁ। ମୁଁ ଏପରି ଏକ ସମ୍ପର୍କ ଚାହୁଁଛି ଯାହା ବିବାହରେ ପରିଣତ ହେବ। କିନ୍ତୁ ଏବେ ମୁଁ ବିବାହ ବିଷୟରେ ଆଦୌ ଚିନ୍ତା କରୁନାହିଁ। ମୁଁ ୧୯ ବର୍ଷ ବୟସରେ ନିର୍ବନ୍ଧ କରିଥିଲି। ହେଲେ ପରେ ନିର୍ବନ୍ଧ ଭାଙ୍ଗିଥିଲା। ଏହି ସମୟ ମୋ ପାଇଁ କଷ୍ଟଦାୟକ ଥିଲା। ମୁଁ ଅବସାଦଗ୍ରସ୍ତ ହୋଇଯାଇଥିଲି। ମୋତେ ଡାକ୍ତରଖାନା‌ରେ ଭର୍ତ୍ତି କରାଯିବା ସହ ଇଞ୍ଜେକ୍ସନ ଦିଆଯାଇଥିଲା। କିନ୍ତୁ ଯାହା ହୋଇଛି ଭଲ ହୋଇଛି। ସେ ଘଟଣା ପାଇଁ ମୁଁ ଦୃଢ଼ ବନିପାରିଛି। ଏବେ ମୋ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି। ବର୍ତ୍ତମାନ ମୁଁ କାହା ସହିତ ସମ୍ପର୍କରେ ନାହିଁ ଏବଂ ସମ୍ପୂର୍ଣ୍ଣ ଏକା।