ସେଲିବ୍ରିଟିଙ୍କ ନିର୍ବନ୍ଧ ମୁଦି

ବଲିଉଡ୍‌ ସେଲିବ୍ରିଟିମାନେ କେବେ କାହା ସହ ନିର୍ବନ୍ଧ କରନ୍ତି ତାହା ସେମାନେ କହିବା ଆଗରୁ ସେମାନଙ୍କ ଆଙ୍ଗୁଠିର ମୁଦି କହିଦିଏ। ଅନେକ ସମୟରେ ଆମେ ସେଲିବ୍ରିଟିମାନଙ୍କ ମୁଦିରୁ ସେମାନଙ୍କ ନିର୍ବନ୍ଧ ବିଷୟରେ ଅନୁମାନ ଲଗାଇଛେ। ଏପରି ଅନେକ ବଲିଉଡ୍‌ ନାୟିକା ଅଛନ୍ତି, ‌ଯାହାଙ୍କ ମୁଦିର ଦର ଜାଣିଲେ ଆପଣ ଚକିତ ହେବେ।

‘ଗଜନି’ ଫେମ୍‌ ଆସିନ୍‌ଙ୍କୁ ତ ଆପଣ ଜାଣନ୍ତି। ତାଙ୍କ ସ୍ବାମୀ ତଥା ‘ମାଇକ୍ରୋମାକ୍ସ’ କମ୍ପାନିର ସହ-ନିର୍ମାତା ରାହୁଲ ଶର୍ମ‌ା ତାଙ୍କୁ ପିନ୍ଧାଇଥିବା ମୁଦିର ଦାମ୍‌ ଥିଲା ୬ କୋଟି ଟଙ୍କା। ୨୦୦୯ ମସିହାରେ ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କୁ ବିବାହ କରିଥିବା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ମୁଦିକୁ ନେଇ ଅନେକ ଚର୍ଚ୍ଚା ପୂର୍ବରୁ ହୋଇଛି। ଆପଣ ଜାଣନ୍ତି କି ଶିଳ୍ପାଙ୍କ ସେ ମୁଦିର ଦାମ୍‌ କେତେ? ୩ କୋଟି ଟଙ୍କା। ‘ପଦ୍ମାବତ୍‌’ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ତାଙ୍କ ଅଭିନେତା ସ୍ବାମୀ ରଣବୀର ସିଂହ ୨.୫ କୋଟି ଟଙ୍କାର ମୁଦି ପିନ୍ଧାଇଥିବାର ସୂଚନା ରହିଛି।

ସେହିପରି ୨୦୨୮ ମସିହାରେ ଆମେରିକୀୟ କଣ୍ଠଶିଳ୍ପୀ ନିକ୍‌ ଜୋନାସ୍‌ଙ୍କୁ ବିବାହ କରିଥିଲେ ବଲିଉଡ୍‌ ଟର୍ଣ୍ଣଡ୍‌ ହଲିଉଡ୍‌ ନାୟିକା ପ୍ରିୟଙ୍କା ଚୋପ୍ରା। ନିକ୍‌ ତାଙ୍କୁ ୨ କୋଟି ଟଙ୍କାର ଏକ ମୁଦି ପିନ୍ଧାଇଥିଲେ। ୨୦୧୭ ମସିହାରେ କ୍ରିକେଟ୍‌ ତାରକା ବିରାଟ କୋହଲିଙ୍କ ପତ୍ନୀ ବନିଥିବା ଅଭିନେତ୍ରୀ ଅନୁଷ୍କା ଶର୍ମା ପିନ୍ଧୁଥିବା ମୁଦିର ଦାମ ୧ କୋଟି ଟଙ୍କା। ତାଙ୍କ ପରି ଅଭିନେତ୍ରୀ କିଆରା ଆଡ଼ଭାନୀଙ୍କୁ ତାଙ୍କ ଅଭିନେତା ପତି ସିଦ୍ଧାର୍ଥ ମଲହୋତ୍ରା ୧ କୋଟି ଟଙ୍କାର ଏକ ମୁଦି ପିନ୍ଧାଇଥିବା ରିପୋର୍ଟରୁ ଜାଣିବାକୁ ମିିଳିଛି। ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ତାଙ୍କ ଅଭିନେତା ସ୍ବାମୀ ରଣବୀର କପୁର ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକ ମୁଦି ପିନ୍ଧାଇଛନ୍ତି।

ଏମାନଙ୍କ ବ୍ୟତୀତ ଅଭିନେତ୍ରୀ କରୀନା କପୁରଙ୍କୁ ତାଙ୍କ ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ ପିନ୍ଧ‌ାଇଥିବା ମୁଦିର ଦାମ୍‌ ୭୫ ଲକ୍ଷ ଟଙ୍କା ହୋଇଥିବା ବେଳେ ନୀଳ ନୟନା ଐଶ୍ବର୍ଯ୍ୟା ରାୟଙ୍କୁ ସ୍ବାମୀ ଅଭିଷେକ ବଚ୍ଚନ ପିନ୍ଧାଇଥିବା ମୁଦିର ଦାମ ୫୦ ଲକ୍ଷ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ସ୍ବାମୀ ଭିକି କୌଶଲ ପିନ୍ଧାଇଥିବା ମୁଦିର ଦାମ ୭.୪ ଲକ୍ଷ ଟଙ୍କ‌ା।

ସମ୍ବନ୍ଧିତ ଖବର