ମୁମ୍ବାଇ: ବଲିଉଡ ପରେ ସବୁଠାରୁ ଚର୍ଚ୍ଚିତ ଇଣ୍ଡଷ୍ଟ୍ରି  ଟେଲିଭିଜନ ଇଣ୍ଡଷ୍ଟ୍ରି  ହୋଇଥାଏ। କାରଣ ଦର୍ଶକମାନେ ପ୍ରତିଦିନ ଟେଲିଭିଜନରେ ପ୍ରସାରିତ ଧାରାବାହିକ ଦେଖିବାକୁ ପସନ୍ଦ କରିଥାଆନ୍ତି।

Advertisment

ଛୋଟ ପରଦା ହେଉ କିମ୍ବା ବଡ ପରଦା ଏଥିରେ କାମ କରୁଥିବା କଳାକାରଙ୍କ ପାଇଁ ସମୟ ଏକାପରି ନଥାଏ।। ଏକ ସମୟରେ ହିଟ୍ ହୋଇଥିବା କଳାକାରମାନେ ମଧ୍ୟ  ବେରୋଜଗାରର ସମ୍ମୁଖୀନ ହୋଇଥାଆନ୍ତି। ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଯେଉଁଥିରେ ଟେଲିଭିଜନର କିଛିଲୋକପ୍ରିୟ କଳାକାର କାମ ଅପେକ୍ଷାରେ ଥିବା ଜଣାପଡ଼ିଛି।

‘ପବିତ୍ର ରିସ୍ତା ସୋ’ ଜରିଆରେ ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଥିବା ଅଙ୍କିତା ଲୋଖଣ୍ଡେଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ବିଗ୍ ବସ୍ ଘରେ ପ୍ରବେଶ କରିବାପରେ ଅଭିନେତ୍ରୀଙ୍କ ପ୍ରଶଂସକମାନେ ନିଶ୍ଚିତ ଥିଲେ ‌ଯେ ଅଙ୍କିତାଙ୍କୁ ଅନେକ ଗୁଡ଼ାଏ କାମ ମିଳିବ। କିନ୍ତୁ 'ମାଣିକର୍ଣ୍ଣିକା ଦ କୁଇନ୍ ଅଫ୍ ଝାନ୍ସି' ଏବଂ ‘ସ୍ବତନ୍ତ୍ରବୀର ସାବରକର' ଚଳଚ୍ଚିତ୍ର କରିବା ପରେ ଅଙ୍କିତାଙ୍କୁ କୌଣସି ଭଲ ପ୍ରୋଜେକ୍ଟ ଏଯାବତ ମିଳିନାହିଁ।

ସେହିପରି ଦୀପିକା କକ୍କର ହୁଏତ ପୁଅ ରୁହାନଙ୍କ ଜନ୍ମ ପରେ ଟିଭି ଇଣ୍ଡଷ୍ଟ୍ରିକୁ ବିଦାୟ ଦେଇଥାଇ ପାରନ୍ତି, କିନ୍ତୁ ଶୋଏବଙ୍କୁ ବିବାହ କରିବା ପରେ ଅଭିନେତ୍ରୀଙ୍କ କ୍ୟାରିୟର ଅନେକ ଉନ୍ନତୀପଥରେ ଗତି କରିଛି। ଅଭିନେତ୍ରୀଙ୍କ ପାଖରେ ଏବେ କୌଣସି ପ୍ରୋଜେକ୍ଟ ନାହିଁ। ସେ ଏବେ କେବଳ ୟୁଟ୍ୟୁବ୍ ବ୍ଲଗିଂକୁ ତାଙ୍କର ଆୟର ଉତ୍ସ କରିଛନ୍ତି।

ଏହି କ୍ରମରେ ଟେଲି ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀଙ୍କ ନାମ ବି ସାମ୍ନାକୁ ଆସିଛି। ଦିବ୍ୟଙ୍କାଙ୍କୁ ତାଙ୍କ ଫ୍ୟାନ୍ସମାନେ ଧାରାବାହିକରେ ଦେଖିବାକୁ ଚାହୁଁଥିବା ବେଳେ ଅଭିନେତ୍ରୀଙ୍କ ପାଖରେ କିନ୍ତୁ କାମ ନାହିଁ। ତାଙ୍କ ପାଖକୁ ଧାରାବାହିକର କୌଣସି ଅଫର ଆସୁନାହିଁ।

ସେହିପରି  ଟିଭିର ହିଟ୍ ଅଭିନେତାମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କରଣ ପଟେଲ । ଅଭିନେତା ‘ୟେ ‌ହୈ ମୋହବତେଁ’ରେ ନଜର ଆସିଥିଲେ। ଏହି ସୋ’ରେ ସେ ରମଣ ଭାଲା ଭୂମିକାରେ ଲୋକପ୍ରିୟ ହୋଇଥିଲେ।  ଏହାପରେ କରଣଙ୍କୁ ଅନ୍ୟ କୌଣସି ଭଲ ପ୍ରୋଜେକ୍ଟ ମିଳି ନାହିଁ। ଏମିତି କି  କାମ ମିଳୁ ନଥିବା ନେଇ କରଣ ଅନେକ ଥର ଖୋଲାଖୋଲି ଭାବେ ତାଙ୍କ ଫ୍ୟାନ୍ସମାନଙ୍କ ସହ ଆଲୋଚନା ବି କରିଛନ୍ତି।