ମୁମ୍ବାଇ: ପୂର୍ବରୁ ଅନେକ ଥର ହିନ୍ଦୁ ପୂଜା-ନୀତିରେ ନିଜକୁ ସାମିଲ୍ କରି ଚର୍ଚ୍ଚା ପାଲଟିଛନ୍ତି ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ନୁସରତ ଜହାଁ। ନିକଟରେ ଭାଇରାଲ୍ ହୋଇଥିବା ଫଟୋରେ ନୁସରତ କର୍ଓ୍ଵା ଚୌଥ୍ କରୁଥିବାର ଦେଖିବାକୁ ମିଳିଛି। ସେ ସ୍ୱାମୀ ନିଖିଲଙ୍କ ସାମ୍ନାରେ ଅର୍ଘ୍ୟ ଥାଳି ଧରି ବନ୍ଦାପନା କରିଛନ୍ତି। ନିଖିଲଙ୍କ ହାତରୁ ପାଣି ପିଇ ବ୍ରତ ଭଙ୍ଗ କରିଛନ୍ତି ନୁସରତ୍।
/sambad/media/post_attachments/wp-content/uploads/2019/10/priyanka-300x173.png)
କେବଳ ନୁସରତ ନୁହଁନ୍ତି ଆହୁରି ଅନେକ ଅଭିନେତ୍ରୀ ଏହି ବ୍ରତ ପାଳନ କରିଥିବାର ଫଟୋ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି। ବଲିଉଡ୍ରୁ ହଲିଉଡ୍ ଅଭିନେତ୍ରୀ ପାଲଟିଥିବା ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ୍ ଜୋନ୍ସଙ୍କ ପାଇଁ ବ୍ରତ ରଖିଥିବା ବେଳେ କ୍ରିକେଟ୍ ତାରକା ବିରାଟଙ୍କ ଲାଗି ବ୍ରତ ରଖଛନ୍ତି ପତ୍ନୀ ଅନୁଷ୍କା ଶର୍ମା। ଏହି ଲୋକପ୍ରିୟ ଯୋଡ଼ିଙ୍କର ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
/sambad/media/post_attachments/wp-content/uploads/2019/10/Nusrat-300x213.jpg)
ନୀଳନୟନା ଐଶ୍ୱର୍ଯ୍ୟା ସ୍ୱାମୀ ଅଭିଷେକଙ୍କ ପାଇଁ ବ୍ରତ ରଖିଥିବା ବେଳେ ୟୋଗା-ଗର୍ଲ ଶିଳ୍ପା ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପାଇଁ କର୍ଓ୍ଵା ଚୌଥ୍ ରଖିଥିବା ବେଳର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଅନ୍ୟପକ୍ଷରେ ଗତ କିଛି ମାସ ହେବ ନିଜକୁ ବିବାହିତା ବୋଲି କହୁଥିବା ରାକ୍ଷୀ ସାଓ୍ଵନ୍ତ ମଧ୍ୟ ଏହି ବ୍ରତ ରଖିଛନ୍ତି।
/sambad/media/post_attachments/wp-content/uploads/2019/10/Rakhi-300x209.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/anuska-silpa.jpg)