ମୁମ୍ବାଇ: ଗତକାଲି ବଲିଉଡର ଲୋକପ୍ରିୟ ନାୟିକା ସେଲିନା ଜେଟଲୀ ପୁଣିଥରେ ମାଆ ହୋଇଛନ୍ତି। ଗତଥର ଭଳି ଏଥର ବି ସେ ଯମଜ ସନ୍ତାନ ଜନ୍ମ ଦେଇଛନ୍ତି ।ଏସଂପର୍କରେ ସେ ଫେସବୁକରେ ସୂଚନା ଦେଇଛନ୍ତି। ସନ୍ତାନ ପ୍ରସବ ସମୟରେ ତାଙ୍କ ନିକଟରେ ସ୍ୱାମୀ ପିଟର ହଗ୍ ମଧ୍ୟ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ସେ ସେଲିନା ଜାନଶିନ୍,ଗୋଲମାଲ୍ ରିଟର୍ଣ୍ଣସ୍ ଏବଂ ନୋ ଏଣ୍ଟ୍ରି ଭଳି ବେଶ କେତୋଟି ସିନେମାରେ ଲିଡ ରୋଲ କରିଥିଲେ।
ପୁଣି ଯମଜ ସନ୍ତାନର ଜନନୀ ହେଲେ ସେଲିନା ଜେଟଲୀ !
/sambad/media/post_attachments/wp-content/uploads/2017/10/c3new.jpg)