ମୁମ୍ବାଇ: ଯେତେବେଳେ ବି ଆପଣ ପ୍ରେକ୍ଷାଳୟକୁ କୌଣସି ଚଳଚ୍ଚିତ୍ର ଦେଖିବାକୁ ଯାଆନ୍ତି, ସେତେବେଳେ ପ୍ରଥମେ ପରଦାରେ ନଜର ଆସନ୍ତି ବଲିଉଡ଼ର ଖିଲାଡି କୁମାର ଅକ୍ଷୟ | ସେ କରିଥିବା ଧୂମପାନ ବିରୋଧୀ ବିଜ୍ଞାପନ ଗତ ୬ବର୍ଷ ହେଲାଣି ପ୍ରେକ୍ଷାଳୟ ପରଦାରେ ପ୍ରଥମେ ପ୍ରଦର୍ଶିତ ହୁଏ। ଏହା ପରେ ଆରମ୍ଭ ହୁଏ ଫିଲ୍ମ। ହେଲେ ଏବେ ଏହି ବିଜ୍ଞାପନ ଆଉ ଦେଖିବାକୁ ପାଇବେ ନାହିଁ ଦର୍ଶକ। ସେନ୍ସର ବୋର୍ଡ ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏହି ବିଜ୍ଞାପନ ବଦଳରେ ଏବେ ପ୍ରଦର୍ଶିତ ହେବ ତମାଖୁ ବିରୋଧୀ ବିଜ୍ଞାପନ।
କୁହାଯାଉଛି ଯେ, ଅକ୍ଷୟ କୁମାରଙ୍କ ଏହି ବିଜ୍ଞାପନ ହଟାଇବାକୁ ସେନ୍ସର ବୋର୍ଡ ନିଷ୍ପତ୍ତି ନେଇଛି। ଗତ ୬ବର୍ଷ ଧରି ଏହି ଧୂମପାନ ବିରୋଧୀ ବିଜ୍ଞାପନ ପ୍ରତ୍ୟେକ ଚଳଚ୍ଚିତ୍ର ଆରମ୍ଭରେ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଉଥିଲା | ତେବେ ସିବିଏଫସି (ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍) କାହିଁକି ଏହି ନିଷ୍ପତ୍ତି ନେଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଜାତୀୟ ଗଣମାଧ୍ୟମରେ ଦାବି କରାଯାଉଛି ଯେ, ରାଜକୁମାର ରାଓ ଏବଂ ତୃପ୍ତି ଡିମ୍ରିଙ୍କ ଫିଲ୍ମ 'ବିକି ବିଦ୍ୟା କା ୱୋ ୱାଲା ଭିଡିଓ' ପ୍ରେକ୍ଷାଳୟରେ ଆରମ୍ଭ ହେବା ପୂର୍ବରୁ ଅକ୍ଷୟଙ୍କ ବିଜ୍ଞାପନ ପ୍ରଦର୍ଶିତ ହୋଇନଥିଲା। ବିଜ୍ଞାପନ ହଟାଇବା ପାଇଁ ନିଷ୍ପତ୍ତି ଗତ ମାସରେ ନିଆଯାଇଥିଲା। ଏବେ ଏହି ବିଜ୍ଞାପନ ସ୍ଥାନରେ ପ୍ରଦର୍ଶିତ ହେଉଛି ତମାଖୁ ବିରୋଧୀ ବିଜ୍ଞାପନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/4aJCFM13HMpAFMFyLYe7.jpg)