ନୂଆଦିଲ୍ଲୀ: ୨୦୧୬ ମସିହା ମଝି ବେଳକୁ ଚଳଚ୍ଚିତ୍ର ‘ଉଡତା ପଞ୍ଜାବ’ ବିବାଦ ପରିସରକୁ ଅାସିବା ପରେ ଭାରତୀୟ ସେନ୍‌ସର୍‌ ବୋର୍ଡ ଚଳଚ୍ଚିତ୍ରରୁ ୬୯ ଦୃଶ୍ୟ କାଟିବା ପାଇଁ ଚଳଚ୍ଚିତ୍ର ନିର୍ମାତାଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ଚଳଚ୍ଚିତ୍ର ନିର୍ମାତା ଦୃଶ୍ୟଗୁଡ଼ିକୁ କାଟିବା ପାଇଁ ରାଜି ହୋଇନଥିଲେ। ମାମଲା ଯାଇ ବମ୍ବେ ହାଇକୋର୍ଟରେ ପହଞ୍ଚିଥିଲା। ଅଦାଲତ ଚଳଚ୍ଚିତ୍ର ନିର୍ମାତାଙ୍କ ସପକ୍ଷରେ ରାୟ ଶୁଣାଇଥିଲେ।

Advertisment

publive-image

ଏବେ ସମାନ ପରିସ୍ଥିତିର ମୁକାବିଲା କରିବାକୁ ଯାଉଛି ସଞ୍ଜୟଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ପଦ୍ମାବତ୍‌’। ‘ଉଡତା ପଞ୍ଜାବ’ ସମୟରେ ସେନ୍‌ସର୍‌ ବୋର୍ଡର ଅଧ୍ୟକ୍ଷ ପହଲାଜ୍‌ ନିହାଲାନି ଯେଉଁଭଳି ନିଷ୍ପତ୍ତି ନେଇଥିଲେ ବର୍ତ୍ତମାନର ଅଧ୍ୟକ୍ଷ ପ୍ରସନୂ ଜୋଶୀ ମଧ୍ୟ ସମାନ ନିଷ୍ପତ୍ତି ଶୁଣାଇଛନ୍ତି। ଚଳଚ୍ଚିତ୍ରର ନାମ ‘ପଦ୍ମାବତୀ’ରୁ ‘ପଦ୍ମାବତ୍‌’ ହେବା ସହିତ ସେନ୍‌ସର୍‌ ବୋର୍ଡ ଦିଲ୍ଲୀ, ଚିତୋରଗଡ଼ ଓ ମେଓ୍ଵାରରେ ସୁଟିଂ ହୋଇଥିବା ଗୁଡ଼ାଏ ଦୃଶ୍ୟ କାଟିବାକୁ ପରାମର୍ଶ ଦେଇଛନ୍ତି। ସେ ସବୁ ଦୃଶ୍ୟକୁ ମିଶାଇଲେ ଚଳଚ୍ଚିତ୍ରରୁ ପ୍ରାୟ ୩୦୦ ଦୃଶ୍ୟ ବାଦ୍‌ ଦେବାକୁ ହେବ।

publive-image

ଏଠାରେ ଜଣାଇ ଦେଉଛୁ କି ଚଳଚ୍ଚିତ୍ରକୁ ସାର୍ଟିଫିକେଟ୍‌ ପ୍ରଦାନ କରିବା ପାଇଁ ଐତିହାସିକ ଏବଂ ରାଜସ୍ଥାନର ରାଜ ପରିବାର ସଦସ୍ୟଙ୍କ ଉପସ୍ଥିତରେ ସେନ୍‌ସର୍‌ ବୋର୍ଡ ଏକ ସ୍ୱତନ୍ତ୍ର ପ୍ୟାନେଲ୍‌ ଗଠନ କରିଥିଲେ। ଏଥିରେ ଚଳଚ୍ଚିତ୍ରରେ ୫ଟି ପରିବର୍ତ୍ତନ କରିବା ପାଇଁ ଚଳଚ୍ଚିତ୍ର ନିର୍ମାତାଙ୍କୁ ସେନ୍‌ସର୍‌ ବୋର୍ଡ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ୩ଟି ଥିଲା ଚଳଚ୍ଚିତ୍ରଟି ଐତିହାସିକ ନୁହେଁ ବୋଲି ସୂଚନା ଦେବା, ଚଳଚ୍ଚିତ୍ରର ନାମ ‘ପଦ୍ମାବତୀ’ରୁ ‘ପଦ୍ମାବତ୍‌’ କରିବା, ଚଳଚ୍ଚତ୍ରରେ ରହିଥିବା ‘ଘୁମର୍‌’ ନୃତ୍ୟକୁ ସଜାଡ଼ିବା। ଉପରେ ଲେଖାଯାଇଥିବା ଦିଲ୍ଲୀ, ଚିତୋରଗଡ଼ ଓ ମେଓ୍ଵରରେ ସୁଟିଂ ହୋଇଥିବା ଦୃଶ୍ୟ କାଟିବା କଥାଟି ସେନ୍‌ସର୍‌ ବୋର୍ଡ ଦେଇଥିବା ଚତୁର୍ଥ ପରାମର୍ଶ। ମାତ୍ର ଏହି କଥାକୁ ଅସ୍ୱୀକାର କରିଛି ସେନ୍‌ସର୍‌ ବୋର୍ଡ। ଏହା ଏକ ଗୁଜବ ବୋଲି ବୋର୍ଡ ପକ୍ଷରୁ ପ୍ରକାଶ ପାଇଛି।

publive-image

ଉଲ୍ଳେଖଯୋଗ୍ୟ, ଚଳଚ୍ଚିତ୍ରଟି ଗତବର୍ଷ ଡିସେମ୍ବର ପହିଲାରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିଲା। ମାତ୍ର ଏହା ଐତିହାସିକ ଭାବନା କ୍ଷୁର୍ଣ୍ଣ କରୁଛି ବୋଲି ଦାବି କରି ଅନେକ ବିରୋଧ ପ୍ରଦର୍ଶନ କରିବା ପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହାର ରିଲିଜ୍‌ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ରଣବୀର ସିଂହ, ଦୀପିକା ପାଦୁକୋନ ଏବଂ ସାହିଦ କପୁର୍‌ଙ୍କ ଅଭିନୀତ ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରଟି ଅନେକ ଦିନ ହେବ ରିଲିଜ୍‌ ହେବ ବୋଲି ଶୁଣିବାକୁ ମିଳୁଥିଲେ ବି ବାସ୍ତବରେ କେବେ ରିଲିଜ୍‌ ହେଉଛି ତାହା ଏଯାଏ ଅସ୍ପଷ୍ଟ।