‘ନଚ୍ ବଲିଏ-୯’ରେ ଭାଗ ନେବା ପାଇଁ ପୂର୍ବ ପ୍ରେମିକଙ୍କୁ ଫୋନ କଲେ ଚାହତ୍, ମିଲିଲା ମଜାଦାର ଉତ୍ତର
ମୁମ୍ବାଇ : ରିୟଲିଟି ସୋ’ ନଚ୍ ବଲିଏ-୯ ଆରମ୍ଭରୁ ହିଁ ବିବାଦରେ ରହି ଆସିଛି । ସୋ’ର ଥିମ୍ ବିବାଦୀୟ ଥିବା ବେଳେ ଏବେ ବି ଅନେକ ପ୍ରତିଯୋଗୀଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳୁଛି । ସୋ’ର ସବୁଠାରୁ ଚର୍ଚ୍ଚିତ ଯୋଡ଼ି ଉର୍ବଶୀ ଢ଼ୋଲକିଆ ଓ ଅନୁଜ ସଚଦେବା ସୋ’ରୁ ବାହାରି ଯାଇଥିବା ବେଳେ ମଧୁରିମା ଓ ବିଶାଲଙ୍କ ମଧ୍ୟରେ ଏବେ ବି ଝଗଡ଼ା ଲାଗି ରହିଛି । ତେବେ ନୂଆ ଯୋଡ଼ିକୁ ସୁଯୋଗ ଦେବା ପାଇଁ ଚ୍ୟାନେଲ ପକ୍ଷରୁ ଚାହତ୍ ଖନ୍ନା ଓ କାନନ ମଲହୋତ୍ରାଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରସ୍ତାବ ପାଇ ତୁରନ୍ତ ଅଭିନେତ୍ରୀଜଣଙ୍କ କାନନଙ୍କୁ ଫୋନ କରିଥିଲେ । ଚ୍ୟାନେଲ ପକ୍ଷରୁ ମିଳିଥିବା ପ୍ରସ୍ତାବ ବିଷୟରେ କାନନଙ୍କୁ ଜଣାଇବା ସହ ତାଙ୍କ ସହ ସୋ’ରେ ଭାଗ ନେବେ କି ବୋଲି ପଚାରିଥିଲେ । ଚାହତ୍ଙ୍କ ପ୍ରଶ୍ନର ଉତ୍ତର ରଖି, ମୋର ଛାଡ଼ପତ୍ର ହୋଇଯିବ ବୋଲି କହିଥିଲେ କାନନ।
ସୂଚନା ମୁତାବକ, ଚାହତ୍ ଓ କାନନ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରେମ ସଂପର୍କରେ ରହିଥିଲେ । କାନନଙ୍କଠାରୁ ଅଲଗା ହେବା ପରେ ବ୍ୟବସାୟୀ ଭାରତ ନରସିଂହାନୀଙ୍କୁ ବିବାହ କରିଥିଲେ ଚାହତ୍ । କିନ୍ତୁ ବିବାହର ବର୍ଷକ ମଧ୍ୟରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ଏହାର କିଛି ଦିନ ପରେ ଚାହତ୍ ଫରହାନ୍ ମିର୍ଜାଙ୍କୁ ବିବାହ କରିଥିଲେ । କିନ୍ତୁ ଦ୍ୱିତୀୟ ଥର ମଧ୍ୟ ଚାହତ୍ଙ୍କ ବିବାହ ବିଚ୍ଛେଦ ହୋଇଥିଲା ।