ମୁମ୍ବାଇ: ବିବାହ କଲେ ଫିଲ୍ମ ‘ଚକ୍ ଦେ ଇଣ୍ଡିଆ’ର ଅଭିନେତ୍ରୀ ଚିତ୍ରାଶୀ ରାୱତ। ଏହି ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସି ଲୋକପ୍ରିୟ ହୋଇଥିଲେ ଚିତ୍ରାଶୀ। ଫିଲ୍ମରେ ତାଙ୍କ ଚରିତ୍ରର ନାଁ ଥିଲା କୋମଲ ଚୌଟାଲା। ତେବେ ଆଜି ଚିତ୍ରାଶୀ ପ୍ରେମିକ ଧ୍ରୁବାଦିତ୍ୟ ଭାଗୱନାନୀଙ୍କୁ ବିବାହ କରିଛନ୍ତି। ପୂର୍ବରୁ ସେ ବିବାହ କରୁଥିବା ନେଇ ଘୋଷଣା କରିଥିଲେ।
ଟାଇମ୍ସ ଅଫ୍ ଇଣ୍ଡିଆକୁ ସାକ୍ଷାତକାର ଦେଇ ଚିତ୍ରାଶୀ ରାୱତ କହିଥିଲେ ଯେ ବିବାହର ଗୋଟିଏ ଦିନ ପୂର୍ବରୁ ହଲଦି, ମେହେନ୍ଦି, କକଟେଲ ଏବଂ ନିର୍ବନ୍ଧ ଛତିଶଗଡ଼ର ବିଲାସପୁରରେ ହେବ। ଏହା ପରେ ଫ୍ରେୁଆରି ୪ରେ ମଧ୍ୟାହ୍ନ ସମୟରେ ଚିତ୍ରାଶୀ, ଧ୍ରୁବାଦିତ୍ୟଙ୍କୁ ବିବାହ କରିବେ। ସେ ଏବଂ ତାଙ୍କ ପ୍ରେମିକ କୋର୍ଟରେ ବିବାହ କରିବାକୁ ଚାହୁଁଥିଲେ। ହେଲେ ପରିବାର ଲୋକ ବଡ଼ ଆକାରରେ ବିବାହର ଆୟୋଜନ କରିବାକୁ ଚାହୁଁଥିବାରୁ ଦୁହେଁ ବଡ ଆକାରରେ ବିବାହ କରୁଛନ୍ତି ବୋଲି ଚିତ୍ରାଶୀ କହିଥିଲେ।
View this post on Instagram
ଚିତ୍ରାଶୀ ଏହା ମଧ୍ୟ ପ୍ରକାଶ କରିଥିଲେ ଯେ ଡିସେମ୍ବର ମଧ୍ୟଭାଗରେ ବିବାହ ତାରିଖ ଠିକ ହୋଇଥିଲା। ତାଙ୍କର ଘନିଷ୍ଠ ବନ୍ଧୁ ଓ ପରିବାର ଏହି ବିବାହ ଉତ୍ସବରେ ଯୋଗଦେବେ।
ତାଙ୍କ ହନିମୁନ୍ ଯୋଜନା ବିଷୟରେ ପଚରାଯିବାରୁ ଚିତ୍ରାଶୀ କହିଥିଲେ ଯେ ସେ ଏବଂ ଧ୍ରୁବାଦିତ୍ୟ କେଉଁଠାରୁ ହନିମୁନ ପାଇଁ ଯିବେ, ତାହା ଠିକ କରିନଥିବାରୁ ବିବାହ ପରେ ପରେ ହନିମୁନର ଯୋଜନା ନାହିଁ। ଏହା ସହ ବିବାହର ତୁରନ୍ତ ପରେ ବିବାହ ଭୋଜି ହେବ ନାହିଁ।