ମନ ଜିତୁଛି ‘ଛମୋ’, ଗୋଟିଏ ଦିନରେ ୫୦ ଲକ୍ଷ ଥର ଦେଖାଗଲା ଭିଡିଓ

ମୁମ୍ବାଇ: ଅକ୍ଟୋବର ୨୧ ତାରିଖରେ ରିଲିଜ ହୋଇଥିଲା ହାଉସଫୁଲ ଫୋରର ଗୀତ ଛମୋ | ତେବେ ଦର୍ଶକ ଏହାକୁ ଢେର ପସନ୍ଦ କରିଛନ୍ତି | କାରଣ ରିଲିଜ ହେବାର ଦିନକ ମଧ୍ୟରେ ୟୁଟ୍ୟୁବରେ ୫୦ ଲକ୍ଷରୁ ଅଧିକ ଦର୍ଶକ ଏହାକୁ ଦେଖି ସାରିଲେଣି | ଘନତାକୁ ଘଣ୍ଟା ଏହି ଗୀତର ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି |


ଏହି ଗୀତରେ ୩ଟି ଯୋଡିଙ୍କ ମଜେଦାର ଅଭିନୟ ରହିଛି । ଅକ୍ଷୟ-କ୍ରି୍ତି,ବବି-କ୍ରିତି ଖରବନ୍ଦା,ରିତେଶ-ପୂଜା ହେଗଡେଙ୍କ ଅଭିନୟ ଏହି ଗୀତରେ ଦେଖିବାକୁ ମିଳିଛି | କାହାଣୀକୁ ଆଖି ଆଗରେ ରଖି ସେଟ ନିର୍ମାଣ କରାଯାଇଛି ।

କଳାକାରଙ୍କ ପୋଷାକଠାରୁ ନେଇ ସୁଟିଂ ସେଟରେ ଦିଆଯାଇଛି ପରଫେକ୍ଟ ଟଚ୍ । ସୁଖବିନ୍ଦର ସିଂ, ଶ୍ରେୟା ଘୋଷାଲ, ସୋହାଲି ସେନ ଏହି ଗୀତରେ କଣ୍ଠଦାନ କରିଛନ୍ତି । ସାଜିଦ୍ ନାଡିଆଡ୍ୱାଲାଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଫର୍ହାଦ୍ ସମଜି । ଏଠାରେ ସୂଚନା ଥାଉ କି ହାଉସଫୁଲ ଫୋର ୨୬ ଅକ୍ଟୋବରରେ ପରଦାକୁ ଆସିବ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.