ଆଜିକାଲି ଅନେକ ପୁଅଝିଅ ବାପାମା’ଙ୍କୁ ଘରେ ଛାଡ଼ି ବିଦେଶରେ ରହୁଛନ୍ତି। ବାପାମା’ଙ୍କ ମୃତ୍ୟୁ ପରେ ବି ଚାରିକାନ୍ଧ ଦେବାକୁ ଆସୁନାହାନ୍ତି। ଏଭଳି ହୃଦୟ ବିଦାରକ କାହାଣୀ ଉପରେ ଆଧାରିତ ଋତୁପ୍ରିୟା ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ପ୍ରଯୋଜକ ଅତିଶ୍ କୁମାର ରାଉତଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ଚାରିକାନ୍ଧ’। ବିଶ୍ବନାଥ ରଥଙ୍କ ନିର୍ଦ୍ଦେଶିତ ଏହି ଛବି ସପ୍ତମ ବାଇସ୍କୋପ ଗ୍ଲୋବାଲ୍ ଫିଲ୍ମ ଫେଷ୍ଟିଭାଲ୍ରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି।
ଏଥିସହ କଟକସ୍ଥିତ ନ୍ୟାସନାଲ୍ ଲ ୟୁନିଭର୍ସିଟିର ବାର୍ଷିକ ଉତ୍ସବରେ ବଲିଉଡ୍ ଅଭିନେତା ରାଜା ମୁରାଦ ଓ କଣ୍ଠଶିଳ୍ପୀ ଅଲତାଫ ରାଜା ପ୍ରଯୋଜକ ଅତିଶ ରାଉତ, ସହପ୍ରଯୋଜିକା ସୁପ୍ରିୟା ରାଉତ ଓ ଅଭିନେତା ଶକ୍ତି ବରାଳଙ୍କୁ ସମ୍ମାନିତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ‘ଚାରିକାନ୍ଧ’ରେ ଶକ୍ତି ବରାଳ, ସୁଶୀଲ ମିଶ୍ର, ଶତାବ୍ଦୀ ସୂର୍ଯ୍ୟସ୍ନାତା, ଗୌରବ ମହାନ୍ତି, ଶିବାନୀ ଖରା, ପ୍ରଭଞ୍ଜନ ମିଶ୍ର, ରିଦ୍ଧି, ସଂସ୍କୃତି, ସୁରୁଚିକା, ନମିତା, ନିତ୍ୟାନନ୍ଦ, ରାଜ, ସୌମ୍ୟରଞ୍ଜନ, ରାଜେନ୍ଦ୍ର ଏବଂ ସୌମ୍ୟ ଷଡ଼ଙ୍ଗୀ ପ୍ରମୁଖ ଅଭିନୟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/02/new-p54712-2025-08-02-14-54-43.jpg)