ଶ୍ମଶାନରୁ ଚୋରି ହୋଇ ଯାଇଥିଲା ଚାର୍ଲି ଚାପ୍‌ଲିନ୍‌ଙ୍କ ଶବ ! ଏଭଳି ଅନେକ ରାଜ୍‌ ଉପରୁ ପରଦା ଉଠାଇବେ ତାଙ୍କ ନାତୁଣୀ

ମୁମ୍ବାଇ : ଚାର୍ଲି ଚାପ୍‌ଲିନ୍‌ଙ୍କ ଭଳି ଜଣେ ମହାନ୍‌ ବ୍ୟକ୍ତିତ୍ୱଙ୍କୁ ପରିଚୟର କୌଣସି ଆବଶ୍ୟକତା ନାହିଁ । ଯେତେବେଳେ ଲୋକେ ତାଙ୍କୁ ମନେ ପକାନ୍ତି, ସେ କିଭଳି ଲୋକମାନଙ୍କୁ  ଜୀବନସାରା ହସାଇଥିଲେ, ତାହା ମନକୁ ଆସେ । ଏବେ ତାଙ୍କ ନାତୁଣୀ କାର୍‌ମେନ୍‌ ଚାର୍ଲିଙ୍କ ଜୀବନକୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି । ଫିଲ୍ମର ନାଁ ରହିଛି ଚାର୍ଲି ଚାପ୍‌ଲିନ୍‌ : ଏ ମ୍ୟାନ୍‌ ଅଫ୍‌ ଦ ଓ୍ଵାର୍ଲଡ୍‌ । ଫିଲ୍ମଟି ଆସନ୍ତା ବର୍ଷ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି ।

चार्ली चैपलिन
amarujala.com

ଚାର୍ଲି ଚାପ୍‌ଲିନ୍‌ ପ୍ରଥମ ଅଭିନେତା ଥିଲେ, ଯାହାଙ୍କ ଫଟୋ ଟାଇମ୍‌ ପତ୍ରିକାର କଭର ପେଜ୍‌ରେ ସ୍ଥାନ ପାଇଥିଲା । ତାଙ୍କର ଜନ୍ମ ଅପ୍ରେଲ ୧୬, ୧୮୮୯ରେ ଲଣ୍ଡନରେ ହୋଇଥିବା ବେଳେ ତାଙ୍କର ମୃତ୍ୟୁ ୮୮ବର୍ଷ ବୟସରେ ୧୯୭୭ ଖ୍ରୀଷ୍ଟମାସ ଦିନ ହୋଇଥିଲା । ତାଙ୍କ ଶବକୁ କବର ଦିଆଯାଇଥିବା ବେଳେ ୩ ମାସ ପରେ ତାଙ୍କ ଶବ ହଠାତ୍‌ କୁଆଡ଼େ ଉଭାନ ହୋଇ ଯାଇଥିଲା।  କିଛି ଦିନ ପରେ ଚାର୍ଲି ଚାପ୍‌ଲିନ୍‌ଙ୍କ ପରିବାରଠାରୁ ଟଙ୍କା ହଡ଼ପ କରିବା ପାଇଁ ଚୋରମାନେ ଏଭଳି କରିଥିଲେ ବୋଲି ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର