ବିବାହର ୪ବର୍ଷ ମଧ୍ୟରେ ପରସ୍ପରଠାରୁ ଛାଡ଼ପତ୍ର ନେଲେ ରାଜୀବ-ଚାରୁ, ଭଲପାଇବା ରହିବ ବୋଲି କହିଲେ ରାଜୀବ

ମୁମ୍ବାଇ: ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀଙ୍କ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ୍ ଏବଂ ଅଭିନେତ୍ରୀ ଚାରୁ ଅସୋପାଙ୍କ ଦାମ୍ପତ୍ୟ ଜୀବନରେ ଅନେକ ବିବାଦ ଲାଗି ରହିଥିଲା। ବିବାହର କିଛି ମାସ ପରେ ବିବାଦ ଆରମ୍ଭ ହୋଇଥିଲେ ବି ଦୁହେଁ ନିଜ ସମ୍ପର୍କକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ​​ଗତ ବର୍ଷ ଏହି ଦମ୍ପତି ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଆଜି ରାଜୀବ ଏବଂ ଚାରୁ ଆନୁଷ୍ଠାନିକ ଭାବେ ପରସ୍ପରଠାରୁ ଛାଡପତ୍ର ନେଇଛନ୍ତି। ଜୁନ୍ ୮ରେ ଅର୍ଥାତ୍ ଆଜି ସେମାନଙ୍କ ଛାଡପତ୍ର ଆବେଦନକୁ ନେଇ ଅନ୍ତିମ ଶୁଣାଣି କୋର୍ଟରେ ହୋଇଥିଲା ଏବଂ ଏହା ସହିତ କୋର୍ଟ ସେମାନଙ୍କ ଛାଡପତ୍ରକୁ ଅନୁମୋଦନ କରିଥିଲେ।

ଛାଡପତ୍ର ପରେ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଇନଷ୍ଟାଗ୍ରାମ ଷ୍ଟୋରୀରେ ଚାରୁଙ୍କ ସହ ଏକ ଫଟୋ ସେୟାର କରିଥିବା ଦେଖାଯାଇଛି। ଫଟୋ ସହିତ ସେ ଲେଖିଛନ୍ତି ଯେ, “ଆମେ ଶେଷରେ ଅଲଗା ହୋଇଛୁ। ହେଲେ ଏହା ଶେଷ ବିଦାୟ ନୁହେଁ। କେବଳ ଦୁଇଜଣ ଲୋକ ଯେଉଁମାନେ ପରସ୍ପର ସହ ରହିପାରିଲେନି, ହେଲେ ଭଲପାଇବା ସବୁଦିନ ରହିବ। ଆମେ ସବୁବେଳେ ଆମ ଝିଅର ମା’ ଏବଂ ବାପା ହୋଇ ରହିବୁ।”

ତେବେ ବିବାହର ୪ବର୍ଷ ପୂରଣ ହେବାର ଏକ ସପ୍ତାହ ପୂର୍ବରୁ ଦୁହେଁ ଛାଡପତ୍ର ନେଇଛନ୍ତି। ଚାରୁ ଏବଂ ରାଜୀବ ଜୁନ୍ ୧୬, ୨୦୧୯ରେ ଗୋଆରେ ବିବାହ କରିଥିଲେ। ଦମ୍ପତିଙ୍କ ପ୍ରଥମ ବାର୍ଷିକୀ ପୂର୍ବରୁ ସେମାନଙ୍କ ବିବାହରେ ସମସ୍ୟା ଦେଖାଦେଇଥିଲା। ଏହି କାରଣରୁ ସେ ପ୍ରଥମ ବିବାହ ବାର୍ଷିକୀ ମଧ୍ୟ ପାଳନ କରିନଥିଲେ।

ସମ୍ବନ୍ଧିତ ଖବର