ମୁମ୍ବାଇ: ବିଶ୍ବ ସୁନ୍ଦରୀ ସୁସ୍ମିତା ସେନଙ୍କ ଭାଇ ରାଜିବ ସେନ ଟେଲିଭିଜନ ଅଭିନେତ୍ରୀ ଚାରୁ ଅସୋପାଙ୍କୁ ୨୦୧୯ ମସିହା ଜୁନ ମାସରେ ଗୋଆରେ ବିବାହ କରିଥିଲେ। ବିବାହର କିଛି ଦିନ ମଧ୍ୟରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଖବର ଆସିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
କାରଣ ଦୁହେଁ ସୋସିଆଲ ମିଡିଆ ଇନଷ୍ଟାରୁ ପରସ୍ପରକୁ ଅନଫଲୋ କରିଥିଲେ। ଏଥିସହିତ ନିଜ ପ୍ରୋଫାଇଲରୁ କପୁଲ ଫଟୋ ହଟାଇ ନିଜନିଜ ଫଟୋ ରଖିଥିଲେ। ଏହାର କିଛିଦିନ ପରେ ପୁଣି ଖବର ଆସିଥିଲା କି ରାଜିବ ଜେନ ଚାରୁ ଅସୋପା ଏକାଠି ହୋଇଯାଇଛନ୍ତି। ତେବେ ଏମିତି ଖବର ମଧ୍ୟରେ ରାଜିବ ଏକ ପୋଷ୍ଟ କରି ତାଙ୍କର ବିବାହ ବିଚ୍ଛେଦ କଥାକୁ ଅଧିକାରିକ ଭାବେ ସ୍ପଷ୍ଟ କରି ଦେଇଛନ୍ତି।
ଏହି କ୍ରମରେ ରାଜିବ ଚାରୁଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘କୌଣସି ଅଲବିଦା ନୁହେଁ! ଏମିତି ଦୁଇଜଣ କି ଯେଉଁମାନେ ସାଥୀ ହୋଇ ବାଟ ଚାଲି ପାରିଲେ ନାହିଁ। ଭଲପାଇବା ସେମିତି ରହିବ। ମୁଁ ସର୍ବଦା ମୋ ଝିଅ ପାଇଁ ମା’ ଓ ବାପା ଉଭୟ ଭୂମିକାକୁ ଯଥା ସମ୍ଭବ ପାଳନ କରିବି।’
View this post on Instagram