ପରିଣୀତି ଚୋପ୍ରାଙ୍କ ଫେଭରିଟ୍‌ ମାଆ ଆଉ ନାହାନ୍ତି

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ନାୟିକା ପରିଣୀତି ଚୋପ୍ରା ତାଙ୍କର ଫେଭରିଟ୍‌ ମାଆଙ୍କର ପରଲୋକ ହୋଇଥିବାର ଦୁଃଖଦ ଖବର ନିଜର ଟ୍ୟୁଟର ଜରିଆରେ ସୂଚନା ଦେଇଛନ୍ତି। ପରିଣୀତି ଚୋପ୍ରାଙ୍କ ଫେଭରିଟ୍‌ ମାଆ ହେଲେ ଚାରୁ ରୋହତଗୀ। ସେ ଗତକାଲି ରାତିରେ ବି ସୁଟିଂ କରୁଥିଲେ । କିନ୍ତୁ ଭୋର ୩ଟା ବେଳେ ହଠାତ୍‌ ଦୃଦଘାତ ହେତୁ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି। ମୃତ୍ୟୁବେଳକୁ ଚାରୁଙ୍କୁ ମାତ୍ର ୪୮ ବର୍ଷ ବୟସ ହୋଇଥିଲା।

ସେ ଫିଲ୍ମ ‘ଇଶକଜାଦେ’ରେ ପରିଣୀତି ଚୋପ୍ରାଙ୍କ ଫେଭରିଟ୍‌ ମାଆ ଭୂମିକାରେ ନଜର ଆସିଥିଲେ । ଏତଦବ୍ୟତୀତ ଚାରୁ ରୋହତଗୀ ‘ନୋ ଓ୍ଵାନ୍‌ କିଲ୍ଡ ଜେସିକା’ରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ତାଙ୍କୁ ସବ୍‌ ଟିଭିରେ ପ୍ରସାରିତ ଲୋକପ୍ରିୟ ମେଗା ଧାରାବାହିକ ‘ତ୍ରିଦେବିୟାଁ’ ଏବଂ ‘ ଇସ୍‌ ପ୍ୟାରକୋ କ୍ୟା ନାମ୍‌ ଦୁଁ’ ରେ ଦେଖିବାକୁ ମିଳିଥିଲା। ଆଜି ଅପରାହ୍ନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଉଛି। ନିକଟ ସଂପର୍କୀୟଙ୍କ କହିବା ଅନୁଯାୟୀ ଚାରୁ ଗତ କିଛି ଦିନହେବ ଖୁବ୍‌ ମାନସିକ ଚାପରେ ଥିଲେ । ତଥାପି ସେ ନିୟମିତ ସୁଟିଂ କରୁଥିଲେ। ତାଙ୍କ ବିୟୋଗରେ ବଲିଉଡ ଏବଂ ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର