ଟିନାଙ୍କ ସହ ବ୍ରେକଅପ୍ ପରେ ଏବେ ନୁସରତଙ୍କୁ ଡେଟ୍ କରୁଛନ୍ତି ହନି ସିଂହ !

ମୁମ୍ବାଇ: ଡେଟ୍ କରୁଥିବା ନେଇ ଘୋଷଣା କରିବାର ୫ମାସ ପରେ ଅଭିନେତ୍ରୀ ଟିନା ଥଡ଼ାନୀଙ୍କ ସହ ବ୍ରେକ୍ଅପ କଲେ ପ୍ରସିଦ୍ଧ ଗାୟକ ହନି ସିଂହ। ୟୋ ୟୋ ହନି ସିଂହ ନାମରେ ପ୍ରସିଦ୍ଧ ଗାୟକ ହିରଦେଶ ସିଂହ ପତ୍ନୀ ଶାଲିନୀ ତଲବାରଙ୍କୁ ଛାଡ଼ପତ୍ର ଦେବା ପରେ ଟିନାଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ। ଗତବର୍ଷ ଡିସେମ୍ବରରେ ସେ ଷ୍ଟେଜ୍ ସୋ’ରେ ଟିନାଙ୍କୁ ନିଜ ପ୍ରେମିକା ବୋଲି କହିବା ସହ ତାଙ୍କ ସହ ଆଗକୁ ବଢ଼ିବାକୁ ଚାହୁଁଥିବା କହିଥିଲେ। ହେଲେ କିଛି ଦିନ ତଳେ ସେ ତାଙ୍କ ସହ ବ୍ରେକଅପ୍ କରିଥିବା ଚର୍ଚ୍ଚା ହୋଇଥିଲା।

chatrapathi actress Nushrratt Bharuccha break silence on dating Yo Yo Honey Singh statement make you laugh
amarujala

ଟିନାଙ୍କ ସହ ବ୍ରେକଅପ୍ ପରେ ଏବେ ହନି ସିଂହ ବଲିଉଡ ଅଭିନେତ୍ରୀ ନୁସରତ ଭାରୁଚାଙ୍କୁ ଡେଟ୍ କରୁଥିବା କୁହାଯାଉଛି। ଦୁହେଁ ଏକ ମ୍ୟୁଜିକ ଭିଡିଓରେ କାମ କରିବା ପରେ ପରସ୍ପରର ପ୍ରେମରେ ପଡ଼ିଥିବା ଚର୍ଚ୍ଚା ହେଉଛି। କିଛି ଦିନ ତଳେ ଦୁହେଁ ଏକ ଇଭେଣ୍ଟରେ ସାଥିରେ ନଜର ଆସିଥିଲେ। ‌ନୁସରତଙ୍କ ପାଇଁ ହନି, ଟିନାଙ୍କ ସହ ସବୁ ସମ୍ପର୍କ ଭ‌ାଙ୍ଗିଥିବା କୁହାଯାଉଥିବା ବେଳେ ନୁସରତ୍ ଏନେଇ ମୁହଁ ଖୋଲିଛନ୍ତି।

chatrapathi actress Nushrratt Bharuccha break silence on dating Yo Yo Honey Singh statement make you laugh
amarujala

ସେ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ କାହା ସହିତ ମୋ ନାଁ ଯୋଡା ଯାଇନାହିଁ। ଏତେ କାମ କରିବା ପରେ ବି ମୁଁ କାହାକୁ ଡେଟ୍ କରୁଛି ବୋଲି କେବେ ଚର୍ଚ୍ଚା ହୋଇନଥିଲା। ମୁଁ କେବେ କାହା ସହିତ ନଜର ଆସି ନାହିଁ। କିନ୍ତୁ ଯେତେବେଳେ ମୁଁ ହନି ସିଂଙ୍କୁ ଡେଟ କରିବାର ଗୁଜବ ଶୁଣିଲି, ସେତେବେଳେ ମୁଁ ଖୁସି ହେଲି। କାରଣ ଏତେ ଦିନ ପରେ ମୁଁ କାହାକୁ ଡେଟ୍ କରୁଛି ବୋଲି ଚର୍ଚ୍ଚା ହେଉଛି। ଏବେ ଲୋକମାନେ ରାପିଡ୍ ଫାୟାରରେ ମୋତେ ଏନେଇ ପ୍ରଶ୍ନ କରିବେ।

ସମ୍ବନ୍ଧିତ ଖବର