ସୋନାକ୍ଷୀଙ୍କ ଘରେ ପହଞ୍ଚିଲା ପୁଲିସ, ଠକିଥିବା ଅଭିଯୋଗରେ ଛାନଭିନ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଘରେ ପହଞ୍ଚିଛି ପୁଲିସ | କିନ୍ତୁ ପୁଲିସ ସୋନାକ୍ଷୀଙ୍କୁ ପାଇନଥିବାବେଳେ ଫେରିଯାଇଛି ମିଳିଥିବା ସୂଚନା ମୁତାବକ ମୁରାଦବାଦରେ ସୋନାକ୍ଷୀଙ୍କ ନାମରେ ଠକେଇ ଅଭିଯୋଗ ହୋଇଥିଲା | ଏକ କାର୍ଯ୍ୟକ୍ରମକୁ ଯିବାକୁ କହି ସୋନାକ୍ଷୀ ଓ ତାଙ୍କ ସହଯୋଗୀ ଲକ୍ଷ ଲକ୍ଷ ଟଙ୍କା ନେଇଥିବାର ଅଭିଯୋଗ ହୋଇଥିଲା | କିନ୍ତୁ ଟଙ୍କା ନେଇ ବି ସେମାନେ କାର୍ଯ୍ୟକ୍ରମକୁ ଆସିନଥିଲେ | ଯାହାକୁ ନେଇ ଆୟୋଜନକାରୀ ତାଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ |

ଏହାପରେ ଅଭିଯୋଗର ତଦନ୍ତ କରିବାକୁ ମୁରାଦବାଦ ପୁଲିସର ତିନିଜଣିଆ ଟିମ ମୁମ୍ବାଇ ଯାଇଥିଲା | ତେବେ ସୋନାକ୍ଷୀ ହାଇଦ୍ରାବାଦରେ ଏକ ସୁଟିଂରେ ବ୍ୟସ୍ତ ଥିବାରୁ ଘରେ ତାଙ୍କୁ ପୁଲିସ ପାଇନଥିଲା | ଯାହାଫଳରେ ନିରାଶ ହୋଇ ପୁଲିସକୁ ଫେରିବାକୁ ପଡିଥିଲା | ଏବେ ନିଜ ଫିଲ୍ମ ଖାନଦାନୀ ସଫାଖାନାରେ ବ୍ୟସ୍ତ ଅଛନ୍ତି ସୋନାକ୍ଷୀ |

ସେହିପରି ଦବଙ୍ଗ-୩ର ସୁଟିଂରେ ମଧ୍ୟ ସୋନାକ୍ଷୀ ବ୍ୟସ୍ତ ଅଛନ୍ତି | ସଲମାନଙ୍କ ବିପକ୍ଷରେ ସୋନାକ୍ଷୀ ନଜର ଆସିବାକୁ ଥିବାବେଳେ ଆଗାମୀ ଡିସେମ୍ବର ୨୦ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି | ତେବେ ଏହି ଠକେଇ ବାବଦରେ ସୋନାକ୍ଷୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ |

ସମ୍ବନ୍ଧିତ ଖବର