ରିଲିଜ ହେଲା ଜାକ୍‌ଲିନ୍‌ଙ୍କ ପ୍ରଥମ ହଲିଉଡ୍‌ ହରର୍‌ ଫିଲ୍ମ ‘ଡେଫିନେସନ ଅଫ୍‌ ଫିୟର’ର ଟ୍ରେଲର, ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ: କିଛି ଦିନ ପୂର୍ବେ ରିଲିଜ ହୋଇଥିଲା ଫିଲ୍ମ ‘ରେସ୍‌-୩’ । ଫିଲ୍ମ ରିଲିଜ ପରେ ଏଥିରେ ଥିବା ଚରିତ୍ରକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ବଲିଉଡ଼୍‍ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡ଼ିଜ୍‌ । ବଲିଉଡ଼୍‍ରେ ନିଜର ସ୍ଥାନ ସୁଦୃଢ଼ କରିବା ପରେ ଏବେ ହଲିଉଡ଼୍‍ରେ ନିଜ ସ୍ଥାନ ବନାଇବା ଆରମ୍ଭ କରିଛନ୍ତି ଜାକ୍‌ଲିନ୍‌ । ‘ରେସ୍‌-୩’ ପରେ ଏବେ ତାଙ୍କର ପ୍ରଥମ ହଲିଉଡ଼୍‍ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମର ନାଁ ‘ଡ଼େଫିନେସନ ଅଫ୍‌ ଫିୟର’ ଥିବା ବେଳେ ଏକ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି ଜାକ୍‌ଲିନ୍‌ । ୩ବର୍ଷ ପୂର୍ବରୁ ଏହି ଫିଲ୍ମର ସୁଟିଂ ଜାକ୍‌ଲିନ୍‌ ସାରିଥିବା ବେଳେ ବିଭିନ୍ନ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମର ପ୍ରଦର୍ଶନ କରାଯାଇ ସାରିଛି । କିନ୍ତୁ ଭାରତରେ ଏହି ଫିଲ୍ମକୁ ଅଗଷ୍ଟ ମାସରେ ରିଲିଜ କରାଯିବ ବୋଲି ଜଣା ପଡ଼ିଛି ।

 ଏବେ ଏହି ଫିଲ୍ମର ପ୍ରଥମ ଟ୍ରେଲରକୁ ରିଲିଜ କରାଯାଇଛି । ଫିଲ୍ମର ନିର୍ଦ୍ଦେଶନା ଜେମ୍ସ ସିମ୍‌ସନ୍‌ ଦେଇଥିବା ବେଳେ ଫିଲ୍ମର କାହାଣୀ ୪ଜଣ ଝିଅଙ୍କ କାହାଣୀ ଉପରେ ଚିତ୍ରଣ କରାଯାଇଥିବା ଜଣା ପଡ଼ିଛି । ଏହା ଏକ ହରର୍‌ ଫିଲ୍ମ ହୋଇଥିବା ବେଳେ ବଞ୍ଚିବା ପାଇଁ ୪ଜଣ କିପରି ସଂଘର୍ଷ କରୁଛନ୍ତି ତାହା ରିଲିଜ ହୋଇଥିବା ଟ୍ରେଲରରେ ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର