୧୯୯୨ ମୁମ୍ବାଇ ଦଙ୍ଗାରେ ଜୀବନ ବଞ୍ଚାଇ ଥିବା ମୁସ୍‌ଲିମ୍‌ ପରିବାରର ସମ୍ମାନରେ  ରମ୍‌ଜାନର ଗୋଟିଏ ଦିନ ଉପାସ କରୁଛନ୍ତି ସେଫ୍‌ ବିକାଶ ଖାନ୍ନା

ମୁମ୍ବାଇ: କୁହାଯାଏ ଅସୁବିଧା ସମୟରେ ସାହାଯ୍ୟ କରିଥିବା ଲୋକକୁ କେବେ ବି ନିନ୍ଦା କରିବା ବା ଭୁଲିବା ଉଚିତ ନୁହେଁ । ସେମାନଙ୍କୁ ସାହାଯ୍ୟ ପାଇଁ ସମ୍ମାନ ଜଣାଇବା ଦରକାର । ଠିକ୍‌ ସେପରି କରିଛନ୍ତି ଚର୍ଚ୍ଚିତ ଏବଂ ଲୋକପ୍ରିୟ ସେଫ୍‌ ବିକାଶ ଖାନ୍ନା । ଦୀର୍ଘ ୨୬ ବର୍ଷ ପରେ ତାଙ୍କୁ ସାହାଯ୍ୟ କରିଥିବା ଏକ ମୁସ୍‌ଲିମ୍‌ ପରିବାରକୁ ପୁଣି ଥରେ ଭେଟି ସେ ନିଜ ଖୁସିକୁ ସୋସିଆଲ ମିଡ଼ିଆରେ ସେୟାର କରିବା ସହ ପୂରା କାହାଣୀ ବଖାଣିଥିଲେ । ୧୯୯୨ମହିହାରେ ମୁମ୍ବାଇରେ ହୋଇଥିବା ଦଙ୍ଗା ସମୟରେ ବିକାଶଙ୍କୁ  କିପରି ଜଣେ ମୁସ୍‌ଲିମ୍‌ ପରିବାର ସାହାଯ୍ୟ କରିଥିଲେ ସେ ବିଷୟରେ ସେ ସୋସିଆଲ୍‌ ମିଡିଆରେ ଲେଖିଥିଲେ । ମୁସ୍‌ଲିମ୍‌ ପରିବାରର ତାଙ୍କୁ ନେଇଥିବା ନୂତନ ଜୀବନ ପାଇଁ ୨୬ବର୍ଷ ହେଲା ସେ ରମ୍‌ଜାନର ଗୋଟେ ଦିନ ଉପାସ ରହୁଥିଲେ ବୋଲି ଲେଖିଥିଲେ । ୨୬ ବର୍ଷ ପରେ ସେ ନିଜ ଉପାସକୁ ସେହି ମୁସ୍‌ଲିମ୍‌ ପରିବାର ଲୋକଙ୍କ ସହ ପାଳନ କରିଥିବା କହିଛନ୍ତି ।

୧୯୯୨ର ସେ ଘଟଣାକୁ ମନେ ପକାଇ ସେ ଲେଖିଥିଲେ,‘ମୁମ୍ବାଇର ସିରକ୍‌ ଶେରାଟନ୍‌ ହୋଟେଲରେ ପ୍ରଶିକ୍ଷଣର କାର୍ଯ୍ୟକ୍ରମ ଚାଳୁଥିବା ବେଳେ ହଠାତ୍‌ ମୁମ୍ବାଇରେ ଦଙ୍ଗା ଆରମ୍ଭ ହୋଇଥିଲା । ଫଳରେ ହୋଟେଲ ଭିତରର ଲୋକ ବାହାରକୁ ଯାଇ ପାରୁ ନ ଥିଲେ କି ବାହାରର ଲୋକ ଭିତରକୁ ଆସି ପାରୁ ନଥିଲେ । ଏହା ପରେ ମୋ ଭାଇ ରହୁଥିବା ମୁମ୍ବାଇର ଘାଟ୍‌କୋପର ଅଞ୍ଚଳରେ ଏହି ଦଙ୍ଗାର ପ୍ରଭାବ ଅଧିକ ଥିବା ଜାଣି ମୁଁ ଡ଼ରି ଯାଇଥିଲି । ଏହା ପରେ ସେ ଅଞ୍ଚଳ ବିଷୟରେ କିଛି ନ ଜାଣି ମଧ୍ୟ ମୋ ଭାଇ ପାଇଁ ମୁଁ ସେଠାକୁ ଯାଇଥିଲି । ଯାଉଥିବା ବାଟରେ ଗୋଟେ ମୁସ୍‌ଲିମ୍‌ ପରିବାର ମୋତେ ଆଗକୁ ନ ଯିବା ପାଇଁ ତାଗିଦ୍‌ କରିବା ସହ ଘର ଭିତରକୁ ନେଇ ଯାଇଥିଲେ । ଏହି ସମୟରେ ଦଙ୍ଗା କରୁଥିବା କିଛି ଲୋକ ମୋତେ ଭିତରକୁ ଯାଉଥିବାର ଦେଖି ସେ କିଏ ଥିଲା ବୋଲି ପଚାରିଥିଲେ ।

ଏହା ଶୁଣି ମୁସ୍‌ଲିମ୍‌ ପରିବାର ସେ ଆମ ପୁଅ ବୋଲି କହିଥିଲେ । ଏହା ଶୁଣି ସେମାନେ ସେଠାରୁ ଚାଲି ଯାଇଥିଲେ । ଦୁଇ ଦିନ ପର୍ଯ୍ୟନ୍ତ ମୁଁ ସେଠାରେ ରହିଥିଲି । ମୋର ଅସୁବିଧା ଜାଣି ସେ ତାଙ୍କର ଜଣେ ସଂପର୍କିୟଙ୍କୁ ମୋ ଭାଇ ଠିକ୍‌ ଅଛି କି ନାହିଁ ଦେଖିବା ପାଇଁ ପଠାଇଥିଲେ । ପରେ ମୋ ଭାଇ ସଂପୂର୍ଣ୍ଣ ଠିକ୍‌ ଥିବା ମୁଁ ଜାଣିବାକୁ ପାଇଥିଲି । ସେହି ବର୍ଷଠାରୁ ମୁସ୍‌ଲିମ୍‌ ପରିବାର ମୋତେ ଯେଉଁଭଳି ଭାବରେ ସାହାଯ୍ୟ କରିଥିଲେ ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ମୁଁ ପ୍ରତି ବର୍ଷ ରମ୍‌ଜାନର ଗୋଟେ ଦିନ ଉପାସ କରିଥାଏ । ଆଜି ୨୬ବର୍ଷ ପରେ ମୁଁ ପୁଣି ସେମାନଙ୍କୁ ଭେଟି ବହୁତ ଖୁସି ।’

ସମ୍ବନ୍ଧିତ ଖବର