ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଚେହେରେ’ର ଟ୍ରେଲର୍‌ ରିଲିଜ୍, ନଜର ଆସିଲେ ବିବାଦିତା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଚେହେରେ’ର ଟ୍ରେଲର୍‌ ରିଲିଜ୍‌ ହୋଇଛି। ତେବେ ସବୁଠାରୁ ବଡ଼ କଥା ହେଲା ଟ୍ରେଲରରେ ବବାଦିତା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ମୁହଁ ମଧ୍ୟ ଦେଖିବାକୁ ମିଳିଛି। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସଂପୃକ୍ତିକୁ ଦର୍ଶକମାନେ କିପରି ଗ୍ରହଣ କରିବେ ତାହା ଦେଖିବା ବାକି ରହିଲା। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ନିଭାଇଛନ୍ତି ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଓ କିସିଂ କିଙ୍ଗ୍‌ ଇମ୍ରାନ୍‌ ହାସ୍‌ମୀ।

‘ଚେହେରେ’କୁ ରୁମି ଜାଫ୍ରି ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ପ୍ରଯୋଜକ ହେଉଛନ୍ତି ଆନନ୍ଦ ପଣ୍ଡିତ୍‌। ଚଳଚ୍ଚିତ୍ରରେ ବିଗ୍‌ ବି ଜଣେ ଓକିଲଙ୍କ ଭୂମିକା ନିଭାଇଥିବା ବେଳେ ଇମ୍ରାନ୍‌ ହାସ୍‌ମୀ ଜଣେ ବିଜିନେସ୍‌ ଟାଇକନ୍‌ ଭାବେ ନଜର ଆସିବେ। ୨ ମିନିଟ୍‌ ଓ ଅଳ୍ପ କିଛି ସେକେଣ୍ଡ୍‌ର ଏହି ଟ୍ରେଲର୍‌ ଭିଡିଓ ଦେଖିବା ପରେ ଏବେ ସଭିଙ୍କ ମନରେ ଚଳଚ୍ଚିତ୍ରକୁ ନେଇ ଉତ୍ସୁକତା ବଢ଼ି ବଢ଼ି ଚାଲିଛି।

ପ୍ରଥମ ଥର ପାଇଁ ଗୋଟିଏ ପରଦାରେ ନଜର ଆସିବେ ବିଗ୍‌ ଓ ଇମ୍ରାନ୍‌ ହାସ୍‌ମୀ। ଚଳଚ୍ଚିତ୍ରଟି ଚଳିତବର୍ଷ ଏପ୍ରିଲ୍‌ ୯ ତାରିଖରେ ରିଲିଜ୍‌ ହେବାକୁ ଯାଉଛି।

 

ସମ୍ବନ୍ଧିତ ଖବର