‘ଚେନ୍ନାଇ ଏକ୍ସପ୍ରେସ୍‌’ର ଗାୟିକା ନିଜ ଉପରେ ହୋଇଥିବା ଯୌନ ଶୋଷଣର ଖୁଲାସା କଲେ

ମୁମ୍ବାଇ: ଏବେ ପୁଣି ଜଣେ ବଲିଉଡ ଗାୟିକା ଯୌନ ଶୋଷଣ ସଂପର୍କରେ ନିଜର ଅନୁଭୂତି ସେଆର୍‌ କରି ଆଲୋଡ଼ନ ସୃଷ୍ଟି କରିଛନ୍ତି। ଏହି ଗାୟିକା ଜଣକ ହେଲେ ଚିନ୍ମୟୀ ଶ୍ରୀପଦା। ସେ ଯୌନ ଶୋଷଣର ଶିକାର ହୋଇଛନ୍ତି। ଏହାକୁ ସେ ସୋସିଆଲ୍‌ ମିଡିଆରେ ସେଆର୍‌ କରିଛନ୍ତି।

ଚିନ୍ମୟୀ ଶ୍ରୀପଦା ଟୁଇଟ୍‌ କରି ଲେଖିଛନ୍ତି, ‘ଯେତେବେଳେ ମୋର ବୟସ ୮ବା ୯ ବର୍ଷ ହୋଇଥିଲା, ସେତେବେଳେ ମୋ’ ମାଆ ରେକର୍ଡିଂ ସେସନ୍‌ ପାଇଁ ବାହାରକୁ ଯାଇଥିଲେ। ମୁଁ ଘରେ ଏକାଥିଲି ଓ ଶୋଇପଡ଼ିଥିଲି। ମୋତେ ଲାଗିଲା କି ମୋର ଗୁପ୍ତାଙ୍ଗକୁ କେହି ଛୁଉଁଛି। ମୁଁ ହଠାତ୍‌ ଉଠିପଡିଲି ଓ ଜାଣିଲି ଯେ ଜଣେ ଅଙ୍କଲ ଏହା କରିଛନ୍ତି।

କଣ୍ଠଶିଳ୍ପୀ ଚିନ୍ମୟୀ ଶ୍ରୀପଦା ଆଉ ଏକ ଟୁଇଟ୍‌ ଜରିଆରେ ନିଜର ଯୌନ ଶୋଷଣର କଥା କହିଛନ୍ତି। ଚିନ୍ମୟୀ ଶ୍ରୀପଦା ଲେଖିଛନ୍ତି, ‘ମୋତେ ୧୯ ବର୍ଷ ବୟସ ହୋଇଥିବା ବେଳେ ମୁଁ ମୋ’ ମା’ଙ୍କ ସହିତ ଜଣେ ସମ୍ମାନିତ ବ୍ୟକ୍ତିଙ୍କୁ ସାକ୍ଷାତ କରିବାକୁ ଯାଇଥିଲି। ସେହି ବ୍ୟକ୍ତି ଜଣକ ମୋତେ ତାଙ୍କ ରୁମ୍‌କୁ ଏକାକୀ ଆସିବାକୁ କହିଥିଲେ। ମୋତେ ଆଜବ ଲାଗି ନ ଥିଲା । କିନ୍ତୁ ତାଙ୍କ ପାଖରେ ପହଞ୍ଚବା ପରେ ସେ ମୋତେ ଅଶାଳୀନ ଭାବେ କୁଣ୍ଢେଇ ପକାଇଲେ।

ଚିନ୍ମୟୀ ରୋହିତ ସେଟ୍ଟୀଙ୍କ ସୁପରହିଟ୍‌ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ୍‌’ର ଲୋକପ୍ରିୟ ‘ତିତଲି…’ ଗୀତ ପ୍ରସିଦ୍ଧି ହାସଲ କରିଥିଲେ । ସେ ୨୦୧୪ରେ ଦକ୍ଷିଣ ଭାରତୀୟ ଅଭିନେତା ରାହୁଲ ରବୀନ୍ଦ୍ରମ୍‌ଙ୍କୁ ବିବାହ କରିଥିଲେ।

ସମ୍ବନ୍ଧିତ ଖବର