ଲୋମହର୍ଷଣକାରୀ ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଉପରେ ଓଡ଼ିଆ ସିନେମା

ଭୁବନେଶ୍ୱର: ୮୦ ଦଶକର ଘଟିଥିବା ଲୋମହର୍ଷଣକାରୀ ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଉପରେ ଏକ ଓଡ଼ିଆ ସିନେମା ସଂପ୍ରତି ନିର୍ମିତ ହେଉଥିବାର ଖବର ମିଳିଛି। ଏହି ଓଡ଼ିଆ ଫିଲ୍ମର ଟାଇଟଲ ହେଲା – ‘ଛବିରାଣୀ ଦ ଅନ୍ଟୋଲ୍ଡ ଷ୍ଟୋରି’। ଏହାର ମୁଖ୍ୟ କଳାକାରମାନେ ହେଲେ ଅମନ ପରାଶର, ଅଭିନେତ୍ରୀ ଚନ୍ଦ୍ରାଣୀ, ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ ଏବଂ ରକ୍‌ ପାତ୍ର ପ୍ରମୁଖ ।
ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଛବିରାଣୀ ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବବି ଇସଲାମ। ବିଜୟ ମଲ୍ଲ ଏହାର ସଂଳାପ ଲେଖକ। ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶକ । ନଭେମ୍ବର ୧ତାରିଖରୁ  ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ଆଗରୁ ବହୁର୍ଚ୍ଚିତ ସାରଥୀ ବାବାଙ୍କ ଉପରେ ରଙ୍ଗୀଲା ବାବା ସିନେମା ତିଆରି ହୋଇଥିଲା। ଠିକ୍‌ ସେହିପରି ପପୁ ପମପମଙ୍କ ଉପରେ ‘ଭାଇନା କ’ଣ କଲା ସେ’ ସିନେମା ତିଆରି ହୋଇଥିଲା।

ସମ୍ବନ୍ଧିତ ଖବର