ସାହସୀ ବାଳକ ରାହୁଲକୁ ନେଇ ହେବ ସିନେମା, ଦେଖିବାକୁ ମିଳିବ ୧୦୪ ଘଣ୍ଟାର ସଂଘର୍ଷମୟ କାହାଣୀ

ଜୟପୁର: ଦୀର୍ଘ ୧୦୪ ଘଣ୍ଟା କାଳ ବୋର୍‌ୱେଲ୍‌ରେ ଫସି ରହିଥିବା ୧୧ ବର୍ଷିୟ ବାଳକ ରାହୁଲ୍‌ ସାହୁକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର। ୫ ଦିନ ଧରି ବୋରୱେଲ୍‌ରେ ପଡ଼ି ରହିଥିବା ରାହୁଲକୁ ଉଦ୍ଧାର କରିବାକୁ କିପରି ଭବେ ଉଦ୍ଧାରକାର୍ଯ୍ୟ କରାଯାଇଥିଲା ଓ ଶେଷରେ କିପରି ପରିସ୍ଥିତିରେ ରହୁଲ ନୂଆ ଜୀବନ ପାଇଲା ସେ ନେଇ ଚଳଚ୍ଚିତ୍ର ତିଆରିବାର ନିଷ୍ପତ୍ତି ନେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌।

ଚଳଚ୍ଚିତ୍ରରେ ୧୧ ବର୍ଷୀୟ ଏହି ସାହସୀ ବାଳକର ସଂଘର୍ଷର କାହାଣୀକୁ ବିସ୍ତୃତ ଭାବେ ଦେଖାଯିବ। ପୂରା ୧୦୪ ଘଣ୍ଟା ଧରି ରାହୁଲ ସହ କ’ଣ ଘଟିିଥିଲା ଓ ଉଦ୍ଧାରକାରୀ ଦଳ କେଉଁ ପରିସ୍ଥିତିରେ ଗତି କରି ରାହୁଲକୁ ଉଦ୍ଧାର କରିଥିଲେ ସେ ସବୁ କଥା ଉଲ୍ଲେଖ କରାଯିବ।

ନିକଟରେ ମୁଖ୍ୟମନ୍ତ୍ରୀ ବଘେଲ୍‌ ରହୁଲଙ୍କୁ ପ୍ରଂଶସା କରି କହିଥିଲେ ଆମ ପିଲା ଭାରି ସାହସୀ। ଭିଡିଓ ସହିତ ହିନ୍ଦୀ ଭାଷାରେ ଟୁଇଟ୍‌ କରି ସେ ଲେଖିଥିଲେ, ‘ ଆମ ପିଲା ବଡ଼ ସାହସୀ। ବୋର୍‌ୱେଲ୍‌ ଭିତରେ ତା’ ସହିତ ୧୦୪ ଘଣ୍ଟା କାଳ ରହିଥିଲେ ଗୋଟାଏ ସାପ ଓ ଗୋଟାଏ ବେଙ୍ଗ। ଆଜି ସମଗ୍ର ଛତିଶଗଡ଼ ଉତ୍ସବ ମୁଖରିତ। ଖୁବ୍‌ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରି ଆସୁ। ଆମ ସମସ୍ତଙ୍କର ଶୁଭକାମନା। ଏହି ଅଭିଯାନରେ ସାମିଲ ହୋଇଥିବା ସବୁ ଟିମ୍‌କୁ ପୁଣି ଥରେ ଅଭିନନ୍ଦନ ଓ ଧନ୍ୟବାଦ।’

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ରାହୁଲଙ୍କ ଉଦ୍ଧାରକାର୍ଯ୍ୟ ପାଇଁ ‘ନ୍ୟାସ୍‌ନାଲ୍‌ ଡିଜା‌ଷ୍ଟର୍‌ ରେସ୍‌ପନ୍ସ୍‌ ଫୋର୍ସ’ (ଏନ୍‌ଡିଆର୍‌ଏଫ୍‌) କର୍ମଚାରୀ, ସେନା ଏବଂ ସ୍ଥାନୀୟ ପୁଲିସଙ୍କ ସମେତ ପ୍ରାୟ ୫୦୦ କର୍ମଚାରୀ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର