ମୁମ୍ବାଇ : ଫିଲ୍ମ ସାହୋ ପରେ ଏବେ ନିଜର ଆଗାମୀ ଫିଲ୍ମ 'ଛିଛୋରେ' ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର । ଏହି ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ । ଫିଲ୍ମର ନିର୍ଦ୍ଦେଶନା ନିତେଶ ତିଓ୍ଵାରି ଦେଇଥିବା ବେଳେ ଅଭିନେତା ତାହିର୍ ରାଜ୍ ଭସିନ୍ଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଜଣା ପଡ଼ିଛି । ତେବେ ନିଜ ଭୂମିକାକୁ ଜୀବନ୍ତ କରିବା ପାଇଁ ସେ ଅସଲ ଜୀବନରେ କେବେ କରି ନଥିବା କାମ କରିଥିବା କହିଛନ୍ତି ।
/sambad/media/post_attachments/wp-content/uploads/2019/08/Tahir-Raj-Bhasin-competes-with-national-level-runners-in-Chhichhore.jpg)
ଏକ ସାକ୍ଷାତକାରରେ, ତାହିର୍ ଫିଲ୍ମରେ ୨୦୦ଟି ଗ୍ରୀନ୍ ଟି ସିଗାରେଟ୍ ପିଇଥିବା କହିଛନ୍ତି । ଫିଲ୍ମ ଛିଛୋରେରେ ତାହିର୍ ସ୍ପୋର୍ଟସ୍ ଚାମ୍ପିୟନ ଡେରେକ୍ଙ୍କ ଭୂମିକାରେ ନଜର ଆସୁଥିବା ବେଳେ ଚରିତ୍ର ପାଇଁ ତାଙ୍କୁ ଘଡ଼ିକୁ ଘଡ଼ି ଧୂମପାନ କରିବାର ଥିଲା । କିନ୍ତୁ ତାହିର୍ ଧୂମପାନ କରୁ ନଥିବାରୁ ତାଙ୍କ ଟିମ୍ ତାଙ୍କ ପାଇଁ ଗ୍ରୀନ୍ ଟି ଓ ତୁଳସୀ ମିଶାଇ ୨୦୦ଟି ସିଗାରେଟ୍ ପ୍ରସ୍ତୁତ କରିଥିଲେ । ଯାହା ପରେ ସେ ହର୍ବାଲ ସିଗାରେଟ୍ ପିଇ ସୁଟ୍ କରିଥିଲେ ବୋଲି କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/83-Tahir-Raj-Bhasin-goes-the-extra-mile-by-putting-in-2-hours-extra-to-become-Gavaskar.jpg)