ଅଗଷ୍ଟ ୧ ତାରିଖରେ ମୁକ୍ତିଲାଭ କରିବ ନୂଆ ସିନେମା ‘ଛି ରେ ନନୀ’। ଏକ ଭିନ୍ନ ଧରଣର ଲଭଷ୍ଟୋରି ବୋଲି କୁହାଯାଉଥିବା ସୀତାରାମ ଅଗ୍ରୱାଲ୍ ଓ ନମିତା ଅଗ୍ରୱାଲ୍ଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶକ ହେଲେ ସୁଶାନ୍ତ ମଣି। ସେ ଏହାର କାହାଣୀ ଓ ଚିତ୍ରନାଟ୍ୟ ବି ଲେଖିଛନ୍ତି। ସୁଶାନ୍ତ ମଣି ଓ ହରେନ୍ କୁମାର ମିଳିତ ଭାବେ ଫିଲ୍ମର ସଂଳାପ ରଚନା କରିଛନ୍ତି। ‘ଛି ରେ ନନୀ’ରେ ଶୈଳେନ୍ଦ୍ର ଓ ଶିବାନୀ ନାୟକନାୟିକା ଭୂମିକାରେ ଅଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଦୀପନ୍ବିତ ଦାସମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ଧରିତ୍ରୀ ଖଣ୍ଡୁଆଳ, ସୁମନ୍ତ ମଣି, ଭକ୍ତିରଂଜନ ଓ ଆଦ୍ୟାଶା ଦାସ ପ୍ରମୁଖଙ୍କୁ ବି ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ। ‘ଛି ରେ ନନୀ’ର ଗୀତିକାର ଓ ସଙ୍ଗୀତକାର ସ୍ବର୍ଗତ ସତ୍ୟ ଅଧିକାରୀ। ଅସଦ୍ ନିଜାମ୍ ଏହାର ପ୍ରୋଗ୍ରାମର୍। କୁହୁ ମଲ୍ଲ ସିନେମାଟୋଗ୍ରାଫି କରିଥିବା ବେଳେ ରାଜେଶ ଦାଶ ସଂପାଦନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/26/fshsfhfsfshxbvbv-2025-07-26-00-05-59.jpg)