ମହାରାଣୀର ମୁଖ୍ୟମନ୍ତ୍ରୀ

ବଲିଉଡ୍‌ର ଆଉ ଏକ ଭିନ୍ନସ୍ବାଦର ଭେଟି ‘ମହାରାଣୀ’। ଚଳଚ୍ଚିତ୍ରର ମୁଖ୍ୟ ନାୟିକା ସାଜିଛନ୍ତି ଅଭିନେତ୍ରୀ ହୁମା କ୍ୟୁରେସୀ। ହୁମା ଏଥର ସାଜିଛନ୍ତି ମୁଖ୍ୟମନ୍ତ୍ରୀ। ଚଳିତ ମାସ ୨୮ ତାରିଖରେ ‘ମହାରାଣୀ’ ଓଟିଟି ପ୍ଲାଟ୍‌ଫର୍ମ ସୋନି-ଲିଭ୍‌ରେ ମୁକ୍ତିଲାଭ କରିବ। ପ୍ରଯୋଜନା ସଂସ୍ଥା ଏହାର ଟିଜର୍‌ରେ ହୁମାଙ୍କୁ ଏକ ଚିତ୍ତାକର୍ଷକ ଚେହେରାରେ ଉପସ୍ଥାପିତ କରିଛି।

ସେ ଶାଢ଼ି ପିନ୍ଧିବା ସହ ମଥାରେ ଓଢ଼ଣା ବି ଦେଇଛନ୍ତି, କିନ୍ତୁ ତାଙ୍କ ଗମ୍ଭୀର ମୁଖମଣ୍ଡଳଟି ଯେଉଁ ଛାୟାବେଶରେ ପ୍ରତିବିମ୍ବିତ ହେଉଛି, ତାହା ହୁମାଙ୍କୁ ଆହୁରି ଆକର୍ଷକ କରିଛି। ହୁମାଙ୍କୁ ମହାରାଣୀ ବେଶରେ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି। ହୁମା ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଚଳଚ୍ଚିତ୍ର‌ରେ ମୋ ଚରିତ୍ରକୁ ନେଇ ମୁଁ ଅତ୍ୟନ୍ତ ଉତ୍ସାହିତ। ସୁବାସ କପୁରଙ୍କ ପରିକଳ୍ପିତ ଏବଂ କରନ୍ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅନ୍ୟମାନଙ୍କ ମଧ୍ୟରେ ସୋହମ୍ ଶାହ, ଅମିତ ସିଅଲ୍, ବିନୀତ କୁମାରଙ୍କ ପରି କଳାକାରଙ୍କୁ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର