ଅନଲାଇନ୍ କ୍ଲାସ ପାଇଁ ପିଲା ଗଛ ଉପରେ ବସି ପାଠପଢ଼ୁଥିବା ଖବର ପାଇବା ପରେ ଗାଁରେ ଟାୱର ବସାଇଲେ ସୋନୁ

ନୂଆଦିଲ୍ଲୀ; ବଲିଉଡ ଅଭିନେତା ସୋନୁ ସୁଦ କରୋନା ଭାଇରସ କାରଣରୁ ଅଭାବୀ ଏବଂ ଗରିବ ଲୋକଙ୍କୁ ଲକଡାଉନରେ ସାହାଯ୍ୟ କରି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତା ସୋନୁ ସୁଦ ଛୋଟ ପିଲାମାନଙ୍କର ଶିକ୍ଷା ପାଇଁ ଯାହା କରିଛନ୍ତି ସେଥିପାଇଁ ପିଲାମାନେ ତାଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି| କରୋନା କାଳରେ ପିଲାମାନେ ଅନଲାଇନ୍ କ୍ଲାସ୍ ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ, ତେଣୁ ସୋନୁ ସୁଦ ସେମାନଙ୍କର ସମସ୍ୟାର ସମାଧାନ କରିଛନ୍ତି।

Morni to get mobile tower as viral video grabs Sonu Sood's attention - chandigarh - Hindustan Times

କରୋନା ମହାମାରୀ ହେତୁ ସାରା ଦେଶରେ ସ୍କୁଲ ଏବଂ କଲେଜ ବନ୍ଦ ରହିଛି ଏବଂ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ କ୍ଲାସ୍ ମାଧ୍ୟମରେ ଶିକ୍ଷା ଦିଆଯାଉଛି। ହରିୟାଣାର ପଞ୍ଚକୁଲା ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ଦାପନା ଗ୍ରାମରେ ରହୁଥିବା ପିଲାମାନଙ୍କୁ ମଧ୍ୟ ଅନଲାଇନ୍ କ୍ଲାସ୍ ମାଧ୍ୟମରେ ଶିକ୍ଷା ଦିଆଯାଉଛି, କିନ୍ତୁ ଗାଁରେ ନେଟୱାର୍କ ଖରାପ ଥିବାରୁ ସେମାନେ ଅନଲାଇନରେ ସଠିକ ଭାବେ ପାଠ ପଢ଼ି ପାରୁ ନଥିଲେ। ଏଥିପାଇଁ ପିଲାମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଗାଁରେ ଗୋଟିଏ ବି ମୋବାଇଲ୍ ଟାୱାର ନ ଥିବାରୁ ପିଲାମାନେ  ନେଟୱାର୍କ ପାଇବା ପାଇଁ ଗଛ ଉପରେ ଚଢ଼ି ଅନଲାଇନ ପାଠ ପଢ଼ୁଥିଲେ। ଯେତେବେଳେ ସୋନୁ ସୁଦ ଏହା ବିଷୟରେ ଜାଣିଥିଲେ, ସେ ଗାଁରେ ମୋବାଇଲ୍ ଟାୱାର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଗତ ଶନିବାର ଶେଷ କରିଥିଲେ। ଗାଁରେ ଏହି ଟାୱାର ବସିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଏକ ପ୍ରକାର ଖୁସିର ଲହରୀ ଖେଳିଯାଇଥିଲା।

ମୋବାଇଲ୍ ଟାୱାର ବସିବା ପରେ ମୋବାଇଲରେ ନେଟୱାର୍କ ଦେଖି ପିଲାମାନେ ବି  ବହୁତ ଉତ୍ସାହିତ ହୋଇପଡ଼ିଥିଲେ। କେବଳ ଏତିକି ନୁହେଁ, ଟାୱାର ବସିବା ପରେ ସୋନୁ ସୁଦ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗାଁର ପିଲା ଏବଂ ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ଭେଟିଥିଲେ। ପିଲାମାନଙ୍କୁ ଭବିଷ୍ୟତ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ତେବେ ସୋନୁ ସୁଦଙ୍କ ଏଭଳି କାମ ପାଇଁ ନିକଟ‌ରେ ତାଙ୍କୁ ଜାତିସଂଘର ସମ୍ମାନଜନକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର