ବିବାହ କରିବେ ଫିଲ୍ମ ‘ଚକ୍ ଦେ ଇଣ୍ଡିଆ’ର ଅଭିନେତ୍ରୀ ଚିତ୍ରାଶୀ ରାୱତ

ମୁମ୍ବାଇ: ବିବାହ କରିବେ ଫିଲ୍ମ ‘ଚକ୍ ଦେ ଇଣ୍ଡିଆ’ର ଅଭିନେତ୍ରୀ ଚିତ୍ରାଶୀ ରାୱତ। ଏହି ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସି ଲୋକପ୍ରିୟ ହୋଇଥିଲେ ଚିତ୍ରାଶୀ। ଫିଲ୍ମରେ ତାଙ୍କ ଚରିତ୍ରର ନାଁ ଥିଲା କୋମଲ ଚୌଟାଲା। ତେବେ ଚିତ୍ରାଶୀ ନିଜେ ବିବାହ କରୁଥିବା ନେଇ ଘୋଷଣା କରିଛନ୍ତି। ସେ ପ୍ରେମିକ ଧ୍ରୁବାଦିତ୍ୟ ଭାଗୱନାନୀଙ୍କୁ ଫ୍ରେୁଆରି ୪ରେ ବିବାହ କରିବେ ବୋଲି କହିଛନ୍ତି।

ଟାଇମ୍ସ ଅଫ୍ ଇଣ୍ଡିଆକୁ ସାକ୍ଷାତକାର ଦେଇ ଚିତ୍ରାଶୀ ରାୱତ କହିଛନ୍ତି ଯେ ବିବାହର ଗୋଟିଏ ଦିନ ପୂର୍ବରୁ ହଲଦି, ମେହେନ୍ଦି, କକଟେଲ ଏବଂ ନିର୍ବନ୍ଧ ଛତିଶଗଡ଼ର ବିଲାସପୁରରେ ହେବ। ଏହା ପରେ ଫ୍ରେୁଆରି ୪ରେ ମଧ୍ୟାହ୍ନ ସମୟରେ ଚିତ୍ରାଶୀ, ଧ୍ରୁବାଦିତ୍ୟଙ୍କୁ ବିବାହ କରି‌ବେ। ସେ ଏବଂ ତାଙ୍କ ପ୍ରେମିକ କୋର୍ଟରେ ବିବାହ କରିବାକୁ ଚାହୁଁଥିଲେ। ହେଲେ ପରିବାର ‌ଲୋକ ବଡ଼ ଆକାରରେ ବିବାହର ଆୟୋଜନ କରିବାକୁ ଚାହୁଁଥିବାରୁ ଦୁହେଁ ବଡ ଆକାରରେ ବିବାହ କରୁଛନ୍ତି ବୋଲି ଚିତ୍ରାଶୀ କହିଛନ୍ତି।

'Chak De India' Fame, Chitrashi Rawat To Tie The Knot With Actor Boyfriend, Dhruvaditya Bhagwanani
bollywoodshaadis

ଚିତ୍ରାଶୀ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଡିସେମ୍ବର ମଧ୍ୟଭାଗରେ ବିବାହ ତାରିଖ ଠିକ ହୋଇଥିଲା। ତାଙ୍କର ଘନିଷ୍ଠ ବନ୍ଧୁ ଓ ପରିବାର ଏହି ବିବାହ ଉତ୍ସବରେ ଯୋଗଦେବେ। ତାଙ୍କ ହନିମୁନ୍ ଯୋଜନା ବିଷୟରେ ପଚରାଯିବାରୁ ଚିତ୍ରାଶୀ କହିଛନ୍ତି ଯେ ସେ ଏବଂ ଧ୍ରୁବାଦିତ୍ୟ‌ କେଉଁଠାରୁ ହନିମୁନ ପାଇଁ ଯିବେ, ତାହା ଠିକ କରିନଥିବାରୁ ବିବାହ ପରେ ପରେ ହନିମୁନର ଯୋଜନା ନାହିଁ। ଏହା ସହ ବିବାହର ତୁରନ୍ତ ପରେ ବିବାହ ଭୋଜି ହେବ ନାହିଁ।

ସମ୍ବନ୍ଧିତ ଖବର