ଭୁବନେଶ୍ୱର: ୧୯୭୫ରେ ମୁକ୍ତିପ୍ରାପ୍ତ ‘ମମତା’ ହେଉଛି ପ୍ରଖ୍ୟାତ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପ୍ରଥମ ସ୍ୱରାରୋପିତ ଓଡ଼ିଆ ଚଳଚ୍ଚିତ୍ରା ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲୋ ‘ମମତା’ ଚଳଚ୍ଚିତ୍ରର ଲୋକପ୍ରିୟ ଗୀତ ମଧ୍ୟରୁ ଗୋଟିଏ ହେଲା ‘ଦେଖ ସେ ବଣମଲ୍ଲୀ ରାଧା ହେଲେ ବାତୁଳୀ...’ ଏହି ଗୀତ ପଛରେ ରହିଛି ଏକ ରୋଚକ କାହାଣୀା
‘ଦେଖ ସେ ବଣମଲ୍ଲୀ ରାଧା ହେଲେ ବାତୁଳୀ...’ ଗାଇବାକୁ ଚିତ୍ତରଂଜନ ଜେନାଙ୍କୁ ସେ ପ୍ରସ୍ତାବ ଦେଲେ । କଣ୍ଠଶିଳ୍ପୀ ଚିତ୍ତ ଜେନା ଏହି ଗୀତର ମୁଖୁଡା ଶୁଣୁଶୁଣୁ କହିଲେ, ଏଇଟା ଗୋଟେ କି ଗୀତ ଯେ ତାକୁ ସେ ଗାଇବୋ ମନେ ମନେ ଭାବିଲେ ଏହି ସିନେମାର ଭଲ ଗୀତଗୁଡ଼ିକ ପ୍ରଣବ ଓ ଆଲାମ୍ଙ୍କୁ ଦିଆଗଲା, ତାଙ୍କୁ ଏମିତିକା ଗୀତଟା ଦିଆଯାଉଛି ଯେଉଁଟା ହିଟ୍ ହେବନି ! ଗୀତ ରେକର୍ଡିଂ ପାଇଁ ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର, ମ୍ୟୁଜିକ୍ ଆରେଂଜର ଉପେନ୍ଦ୍ର କୁମାର, ଧୀର ବିଶ୍ୱାଳ, କଶିଳ୍ପୀ ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମ୍ ଓ ଚିତ୍ତ ଜେନା ପ୍ରମୁଖ କଟକରୁ ମାଡ୍ରାସ୍ ଯିବାପାଇଁ ଟ୍ରେନ୍ରେ ବସିଥିଲୋ ହଠାତ୍ ଚିତ୍ତବାବୁ ଟ୍ରେନ୍ରୁ ଓହ୍ଲାଇପଡ଼ିଲେ ଓ କହିଲେ, ‘ମୁଁ ଏ ଗୀତଟା ଗାଇବିନି କି ମାଡ୍ରାସ୍ ଯିବିନିା’ ସେତେବେଳକୁ ଟ୍ରେନ୍ ଛାଡ଼ିବା ପାଇଁ ଆଉ କିଛି ମିନିଟ୍ ବାକିଥାଏା ଚିତ୍ତ ଜେନାଙ୍କ କଥା ଶୁଣି ଧୀର ବିଶ୍ୱାଳ ଖୁବ୍ ରାଗିଗଲେ ଓ ତାଙ୍କୁ ଏକ ଶକ୍ତ ଚାପୁଡା ମାରି ଟ୍ରେନ୍ ଭିତରକୁ ଟାଣି ଟାଣି ନେଇଗଲୋ ଟ୍ରେନ୍ ସିଟ୍ରେ ବସାଇ ଦେଇ କହିଲେ, ‘ତୁ ଅଲବତ୍ ଗାଇବୁ ଏ ଗୀତ’। ଧୀରବାବୁଙ୍କ ରାଗ ଦେଖ ଚିତ୍ତ ଜେନାଙ୍କର ମୁହଁ ଆଉ ଖୋଲି ନ ଥିଲାା ଏଣେ ମ୍ୟୁଜିକ୍ ଆରେଂଜର୍ ଉପେନ୍ଦ୍ର କୁମାର ଚିତ୍ତ ଜେନାଙ୍କୁ ବୁଝାଇ କହିଲେ, ‘ତୁ କାହିଁକି ବ୍ୟସ୍ତ ହେଉଛୁ, ତୁ ଭଲ ଗାଇବୁ, ମୁଁ ତାକୁ ଠିକ୍ ଭାବେ ସଜାଇଦେବି, ଦେଖବୁ ଗୀତଟା ନିଶ୍ଚିତ ହିଟ୍ ହେବା’ ବାସ୍ ତା’ପରେ ସମସ୍ତେ ମାଡ୍ରାସ୍ ଗଲୋ
‘ମମତା’ ସିନେମାର ସବୁଗୀତ ଭଳି ‘ଦେଖ ସେ ବଣମଲ୍ଲୀ ରାଧା ହେଲେ ବାତୁଳୀ...’ ମଧ୍ୟ ପ୍ରସାଦ ଷ୍ଟୁଡିଓରେ ରେକର୍ଡିଂ ହୋଇଥିଲାା ଚିତ୍ତ ଜେନା ଓ ପି. ସୁଶୀଲା ଦେ୍ଵତକରେ ଏହାକୁ ଗାଇଥିଲୋ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାପରେ ଉପେନ୍ଦ୍ର କୁମାରଙ୍କ କଥା ସତ ହୋଇଥିଲାା ଏହି ଗୀତଟି ସର୍ବାଧିକ ଲୋକପ୍ରିୟ ହୋଇଥିଲାା ସେଦିନର କଥା ମନେପକାଇ ଚିତ୍ତ ଜେନା ଏକ ସାକ୍ଷାତକାରରେ କହିଥିଲେ, ‘ଦେଖ ସେ ବଣମଲ୍ଲୀ’ ଗୀତଟି ଗାଇବାପରେ ମୁଁ ଲୋକପ୍ରିୟ ଓ ବ୍ୟସ୍ତ ଗାୟକ ହୋଇଯାଇଥିଲିା’