ବନ୍ଧୁଙ୍କ ଥଟ୍ଟା ସହି ନ ପାରି ସୋ’ ଅଧାରୁ ଛାଡ଼ି ପଳାଇଲେ କୋରିଓଗ୍ରାଫର ଗୀତା

ନୂଆଦିଲ୍ଲୀ : ବଲିଉଡ଼ର ପ୍ରସିଦ୍ଧ କୋରିଓଗ୍ରାଫର ଗୀତା କପୁର ବର୍ତ୍ତମାନ ଅନେକ ଡ଼୍ୟାନ୍ସ ସୋ’ର ବିଚାରକ ଭାବେ ନଜର ଆସୁଥିବାର ଦେଖାଯାଇଥାନ୍ତି । ନିକଟରେ ଡ଼୍ୟାନ୍ସ ଇଣ୍ଡିଆ ଡ଼୍ୟାନ୍ସ ଲିଟିଲ ମାଷ୍ଟର ସୋ’ର ଏକ ସ୍ୱତନ୍ତ୍ର ଏପିସୋଡ଼ରେ ଅତିଥି ବିଚାରକ ଭାବେ ଆସିଥିବା ଗୀତା ଅଧା ସୋ’ରୁ ରାଗରେ ଛାଡ଼ି ପଳାଇଥିଲେ । ଏହାର କାରଣ ସୋ’ରେ ଥିବା ତାଙ୍କର କିଛି ପୁରୁଣା ବନ୍ଧୁ ତାଙ୍କ ସହିତ ଏକ ଥଟ୍ଟା କରିଥିଲେ ।

Filmymonkey

ମିଡ଼ିଆ ରିପୋର୍ଟ ଅନୁଯାୟୀ , ଡ଼ିଆଇଡ଼ି ଲିଟିଲ ମାଷ୍ଟର ସୋ’ର ଏକ ସ୍ୱତନ୍ତ୍ର ଏପିସୋଡ଼ରେ ଅତିଥି ବିଚାରକ ଭାବେ ନଜର ଆସିଥିଲେ ବଲିଉଡ଼ କୋରିଓଗ୍ରାଫର ଗୀତା କପୁର । ସେଟରେ ତାଙ୍କ ସହିତ ସେଠରେ ଉପସ୍ଥିତ ଥିବା ତାଙ୍କରପୁରୁଣା ବନ୍ଧୁ ମାନେ ଏକ ନକଲି ଝିଟିପିଟି ପକାଇ ଥଟ୍ଟା କରଥିଲେ । ହଠାତ ନିଜ ପାଖରେ ଝିଟିପିଟି ଦେଖି ଡ଼ରି ଯାଇ ଚିତ୍କାର କରିଥିଲେ ଗୀତା । ଯେତେବେଳେ ସେ ଜାଣିବାକୁ ପାଇଥିଲେ କି ସେ ଝିଟିପିଟିଟି ନକଲି ଗୀତାଙ୍କ ରାଗ ଚଢ଼ିଯାଇଥିଲା । ସେ କାହା କଥା ନଶୁଣି ତୁରନ୍ତ ସେଟ ଛାଡ଼ି ପଳାଇଥିଲେ। ଗୀତାଙ୍କୁ ସୋ’ କୁ ଫେରିବା ପାଇଁ ସୋ’ର ଆୟୋଜକ ଚେଷ୍ଟା କରିଥିଲେ ମଧ୍ୟ ସେ ଆସି ନ ଥିଲେ । ଅଧାରୁ ଗୀତା ପଳାଇଯିବାରୁ ସୋର ଟିମ୍‌କୁ ସଂପୂର୍ଣ୍ଣ ନୂତନ ସ୍କି୍ରପ୍ଟ ପ୍ରସ୍ତୁତ କରିବା ସହ ଆଉଥରେ ପୂରା ସୋକୁ ସୁଟ କରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର