ମୁମ୍ବାଇ: ମାତାପିତା ହେଲେ ବଲିଉଡ କୋରିଓଗ୍ରାଫର ମୁଦ୍ଦସର ଖାନ ଏବଂ ତାଙ୍କ ପତ୍ନୀ ରିୟା କିଶନଚନ୍ଦାନୀ। ବିବାହର ବର୍ଷକ ପରେ ଆଜି ଏକ ଶିଶୁକନ୍ୟାର ମାତାପିତା ହୋଇଛନ୍ତି ମୁଦ୍ଦସର-ରିୟା। ମୁଦ୍ଦସର ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଖବର ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି। ଡିସେମ୍ବର ୩, ୨୦୨୩ରେ ଦୁହେଁ ବିବାହ କରିଥିବା ବେଳେ ଡିସେମ୍ବରରେ ହିଁ ତାଙ୍କ ଝିଅ ଜନ୍ମ ନେଇଥିବାରୁ ଏହି ମାସଟି ତାଙ୍କ ପାଇଁ ଖାସ୍ ବୋଲି କହିଛନ୍ତି ମୁଦ୍ଦସର।
ଇନଷ୍ଟା ପୋଷ୍ଟରେ ସେ ନିଜର ଓ ରିୟାଙ୍କ ପରିବାରକୁ ଧନ୍ୟବାଦ ଦେବା ସହ ରିୟାଙ୍କ ପ୍ରସବ କରାଇଥିବା ଡାକ୍ତରୀ ଟିମକୁ ଧନ୍ୟବାଦ ଦେଇଛନ୍ତି। ମୁଦ୍ଦସରଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକ ଓ ଇଣ୍ଡଷ୍ଟ୍ରିରେ ଥିବା ତାଙ୍କ ବନ୍ଧୁମାନେ ତାଙ୍କୁ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି। ଯଦି ଆମେ ରିୟାଙ୍କ କଥା କହିବା ତେବେ ସେ ଜଣେ ଇନଫ୍ଲୁଏନସର ଅଟନ୍ତି। ଏହା ସହ ରିୟାଲିଟି ସୋ’ 'ସ୍ପିଲଟ୍ସଭିଲା ଏକ୍ସ-୩' ଓ 'ମିକା ଦି ବୋଟି'ରେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ ରିୟା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/23/0ENHyDS4zzA6GfE8KzgD.jpg)
