ବିଶ୍ବକର୍ମା ପୂଜାରେ ଆସିବ ଶ୍ରେୟାନ୍-ଉପାସନାଙ୍କ ‘ଚୁମ୍‌କି’

ଭୁବନେଶ୍ବର:  ଘରୋଇ ଚ୍ୟାନେଲ୍‌ରେ ପ୍ରସାରିତ ଲୋକପ୍ରିୟ ମେଗା ଧାରାବାହିକ ‘ମାନିନୀ’ର ନାୟିକା ଉପାସନା ଏବଂ ବଡି ବିଲ୍ଡର ତଥା ଡ୍ୟାନ୍ସିଂ ଷ୍ଟାର ଶ୍ରେୟାନ୍‌ଙ୍କୁ ନୂଆ ଚଳଚ୍ଚିତ୍ର ‘ଚୁମ୍‌କି ସେ ତ ପାଣିରେ ବୁଡ଼ିବ ନାହିଁ କି’ରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ଚିତ୍ରନାଟ୍ୟ ପ୍ରସ୍ତୁତି ସହ କୋରିଓଗ୍ରାଫି ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ୍ ଇଣ୍ଡଷ୍ଟ୍ରୀର ଜଣାଶୁଣା କୋରିଓଗ୍ରାଫର ଗିରିଶ ମହାନ୍ତି। ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା କରିଛନ୍ତି ଭରଦ୍ବାଜ ପଣ୍ଡା, ସଙ୍ଗୀତ ସଜାଇଛନ୍ତି ବିଭୂତି ଭୂଷଣ ଗଡ଼ନାୟକ, ଚିତ୍ରୋତ୍ତୋଳନ କରିଛନ୍ତି ରବୀନ୍ଦ୍ର ବେହେରା ଏବଂ ସମ୍ପାଦନା କରିଛନ୍ତି ରାଜେଶ ଦାଶ। ଏଥିରେ ମୋଟ ସାତଟି ଗୀତ ରହିଛି। ଓଡ଼ିଶା ବ୍ୟତୀତ ହିମାଳୟ ପାଦଦେଶରେ ଏଇ ଚଳଚ୍ଚିତ୍ରର କିଛି ଦୃଶ୍ୟ ଉତ୍ତୋଳନ ହୋଇଛି। ବିଶ୍ବକର୍ମା ପୂଜା ଅବସରରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ନିର୍ମିତ ଏଇ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶାକରାଯାଉଛି।

ସମ୍ବନ୍ଧିତ ଖବର