ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡ ଅଭିନେତା ଆଦିତ୍ୟ ରୟ କାପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଆସୁଛି। କିଛି ମାସ ହେବ ଏହି ଚର୍ଚ୍ଚା ହେଉଥିଲେ ବି ଦୁହେଁ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ହେଲେ ଦୁହେଁ ବୁଲିଯିବା ଓ ସାଥିରେ ସମୟ କଟାଇବା ଦେଖି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଏକପ୍ରକାର ସ୍ପଷ୍ଟ ହୋଇଥିଲା। ଏମିତି କି ଟକ୍ ସୋ’ରେ କଥା କଥାରେ ଦୁହେଁ ଏହା ସ୍ବୀକାର ମଧ୍ୟ କରିଥିଲେ।
ଅନେକ ସାକ୍ଷାତକାରରେ ଅନନ୍ୟା, ଆଦିତ୍ୟଙ୍କ ନାମ ନେଉଥିବା ବେଳେ ଏଥିରେ କିଛି ଅସୁବିଧା ଅଛି କି ବୋଲି ଅଭିନେତ୍ରୀଙ୍କ ବାପା ତଥା ଅଭିନେତା ଚଙ୍କି ପାଣ୍ଡେଙ୍କୁ ପଚରାଯାଇଥିଲା | ଉତ୍ତରରେ ସେ କହିଥିଲେ, "ମୋର କିଛି ଅସୁବିଧା ନାହିଁ। ମୁଁ ଭାବୁଛି ସେ ୨୫ ବର୍ଷ ବୟସରେ ମୋ ତୁଳନାରେ ଅଧିକ ଟଙ୍କା ରୋଜଗାର କରୁଛନ୍ତି | ସେ ଯାହା ଚାହାଁନ୍ତି ତାହା କରିବାକୁ ସେ ସ୍ୱାଧୀନ ଅଟନ୍ତି | ମୁଁ ମୋର ୨୫ ବର୍ଷର ଝିଅକୁ କ’ଣ କରିବା ଉଚିତ ଆଉ କଣ ନକରିବା ଉଚିତ ତାହା କହିବା ଠିକ ହେବନି |
ଫିଲ୍ମରେ ଅନନ୍ୟାଙ୍କ ଅନ୍ତରଙ୍ଗ ଦୃଶ୍ୟ କରିବାରେ କୌଣସି ଅସୁବିଧା ଅଛି କି ବୋଲି ଅଭିନେତାଙ୍କୁ ପଚରାଯିବାରୁ ସେ କହିଥିଲେ, “ନା, ମୋର କୌଣସି ଆପତ୍ତି ନାହିଁ । ମୁଁ ଏସବୁ ହଲିଉଡରେ ଦେଖିଛି | ଆମକୁ ଏହାକୁ ଗ୍ରହଣ କରିବାକୁ ପଡିବ। ”