ମୁମ୍ବାଇ: ଲୋକପ୍ରିୟ ଟିଭି ସିରିଏଲ୍ ସିଆଇଡିର ଅଭିନେତା ଇନ୍ସପେକ୍ଟର ସଚିନଙ୍କ ଭୂମିକାରେ ଅଭିନୟ କରିଥିବା ଋଷିକେଶ ଚୋରିର ଶିକାର ହୋଇଛନ୍ତି । ଖବର ଅନୁସାରେ ଋଷିକେଶ ମୁମ୍ବାଇରେ ବୁଲିବା ସମୟରେ ତାଙ୍କର ଟଙ୍କା ଏବଂ ବହୁ ଗୁରୁତ୍ବପୂର୍ଣ୍ଣ ଜିନିଷ ଚୋରି ହୋଇଛି । ସେ ତାଙ୍କ ପରିବାର ସହିତ ବସରେ ବୁଲିବାକୁ ଯାଇଥିବା ବେଳେ ତାଙ୍କ ବ୍ୟାଗରୁ ସବୁକିଛି ଚୋରି ହୋଇଯାଇଛି ।

Advertisment

ସୂଚନା ଅନୁସାରେ, ସେ ଜୁନ୍ ୫ରେ ହାତୀ ଗୁମ୍ଫା ଦେଖିବାକୁ ଯାଇଥିଲେ। ସେଠାରୁ କୋଲାବାଠାରୁ ତାଡଦେବ ପର୍ଯ୍ୟନ୍ତ ଏକ ବସ୍‌ରେ ଯାଇଥିଲେ ହେଲେ ଓହ୍ଲାଇବା ପରେ ସେ ତାଙ୍କ ବ୍ୟାଗ୍ ଯାଞ୍ଚ କରିଥିଲେ ଏବଂ ତାଙ୍କର ସମସ୍ତ ନଗଦ ଟଙ୍କା, କ୍ରେଡିଟ୍ କାର୍ଡ, ଆଧାର ଇତ୍ୟାଦି ବ୍ୟାଗରେ ନ ଥିଲା । ଋଷିକେଶ କହିଛନ୍ତି ଯେ ସେ ସିଆଇଡି ଇନ୍ସପେକ୍ଟର ଭୂମିକାରେ ଅଭିନୟ କରିଥିବାରୁ ଏହା ଏକ ପରିହାସ ପାଲଟିଛି । ସିଆଇଡିର ଇନ୍ସପେକ୍ଟର ସଚିନ ଅର୍ଥାତ୍ ଋଷିକେଶ ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ଏକ ଏସି ବସରେ ଆମେ ଯାତ୍ରା କରିଥିଲୁ । ଆମେ ପ୍ରାୟ ୬.୩୦ ସମୟରେ ବାହାରିଥିଲୁ । ମୁଁ ଓହ୍ଲାଇବା ମାତ୍ରେ  ବ୍ୟାଗ୍ ଯାଞ୍ଚ କଲି ଏବଂ ମୋର ନଗଦ ଟଙ୍କା, କ୍ରେଡିଟ୍ କାର୍ଡ, ଆଧାର କାର୍ଡ, ପ୍ୟାନ୍ କାର୍ଡ, କାର୍ ବୁକ୍ ସବୁକିଛି ଗାଏବ ଥିଲା । ଏ ନେଇ ମୁଁ କୋଲାବା ଏବଂ ମାଲାଡ ପୁଲିସ ଷ୍ଟେସନରେ ଅଭିଯୋଗ କରିଛି।

ବାସ୍ତବ ଜୀବନରେ ମଧ୍ୟ ଲୋକମାନେ ସମସ୍ୟା ସହ ମୋ ପାଖକୁ ଆସୁଥିଲେ ଏବଂ ମୁଁ ମଧ୍ୟ ସେଗୁଡ଼ିକର ସମାଧାନ କରୁଥିଲି । ଆଉ ଏବେ ମୋର ଲୁଟ୍ ହୋଇଛି । ମୁଁ ଆଶା କରୁଛି ପୁଲିସ ଏହି ମାମଲାର ସମାଧାନ କରିବ। ନିକଟରେ ସିଆଇଡି ଅଭିନେତାମାନେ ଏକ ପାର୍ଟି କରିଥିଲେ । ଯେଉଁଥିରେ ଋଷିକେଶ ମଧ୍ୟ ଅଂଶ ଗ୍ରହଣ କରିଥିଲେ।