ସିନେମା ହଲରେ ଘଟିଥିବା ଏହି ଘଟଣା କାହାକୁ ନ କହି ଶେଷ ପର୍ଯ୍ୟନ୍ତ ଚଳଚ୍ଚିତ୍ର ଦେଖିଥିଲେ ସୋନମ୍ କପୁର

ମୁମ୍ବାଇ: ବଲିଉଡ ନାୟିକାମାନେ ବି ବେଳେ ବେଳେ ଅଶାଳୀନ ଆଚରଣର ଶିକାର ହୋଇଥାନ୍ତି। ଝିଅମାନଙ୍କ ସହ ଅନେକ ଅସାମାଜିକ ବ୍ୟକ୍ତି ଅଧିକାଂଶ ସମୟରେ ଅସଭ୍ୟ ଆଚରଣ ପ୍ରଦର୍ଶନ କରିଥିବା କଥା ଅତି ସାଧାରଣ। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଏପରି ଅଘଟଣରୁ ବଲିଉଡ ନାୟିକା ସୋନମ୍ କପୁର୍ ମଧ୍ୟ ନିଜକୁ ରକ୍ଷା କରିପାରି ନଥିଲେ ।

ସୋନମଙ୍କୁ ୧୪ ବର୍ଷ ବୟସ ହୋଇଥିବା ବେଳେ ସେ କେତେଜଣ ବନ୍ଧୁଙ୍କ ସହ ମିଶି ଅକ୍ଷୟ କୁମାର ଓ ରବିନା ଟଣ୍ଡନଙ୍କର ଏକ ଚଳଚ୍ଚିତ୍ର ଦେଖିବାକୁ ମୁମ୍ବାଇର ଗେଟି ଥିଏଟର୍କୁ ଯାଇଥିଲେ।

photo-navbharattimes

ଇଣ୍ଟର୍ଭାଲ ସମୟରେ ସିଙ୍ଗଡ଼ା ଖାଇବା ପାଇଁ ସୋନମ ନିଜ ବନ୍ଧୁଙ୍କ ସହ ବାହାରକୁ ଯାଇଥିଲେ। ଖାଇସାରି ପୁଣିଥରେ ହଲ୍ ଭିତରକୁ ପଶିଲା ବେଳେ କେହି ଜଣେ ବ୍ୟକ୍ତି ପଛ ପଟୁ ଆସି ସୋନମଙ୍କୁ ଧରି ପକାଇଥିଲେ। ସେହି ସମୟରେ କିଛି ଜାଣି ନ ପାରି ସୋନମ କାନ୍ଦି ପକାଇଥିଲେ। ହେଲେ ସେ କାହାକୁ କିଛି ନ କହି ଚଳଚ୍ଚିତ୍ର ଶେଷ ପର୍ଯ୍ୟନ୍ତ ଦେଖିଥିଲେ।

ସମ୍ବନ୍ଧିତ ଖବର